Categories: ଜାତୀୟ

ସେନାଙ୍କୁ ବଡ ସଫଳତା, ରାଜୌରିରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେଶନ ଜାରି

ରାଜୌରି,୫।୫: ଜମ୍ମୁ-କଶ୍ମୀରରେ ଲଗାତର ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅଭିଯାନ ଜାରି ରହିଛି। ଶୁବ୍ରକାର ପୁଣିଥରେ ସୁରକ୍ଷାବଳଙ୍କ ଗୁଳିରେ ଟଳି ପଡିଛନ୍ତି ୨ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ରାଜୌରିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ମଧ୍ୟରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଶୁକ୍ରବାର ରାଜୌରି ଜିଲାର କଂଡି ଅଞ୍ଚଳରେ ତଲାସି ଅଭିଯାନ ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଭାରତୀୟ ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ଟଳି ପଡିଥିଲେ। ଏହି ସଂଘର୍ଷରେ ସେନାର ଜଣେ ଅଧିକାରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଅଧିକାରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

Share