Categories: ଜାତୀୟ

ରାଜପଥ ହେବ ‘କର୍ତ୍ତବ୍ୟ ପଥ’

ନୂଆଦିଲ୍ଲୀ,୬ା୯: ନୂଆଦିଲ୍ଲୀର କେନ୍ଦ୍ରସ୍ଥଳରେ ଥିବା ରାଜପଥ ଏବଂ ଖୁବ୍‌ଶୀଘ୍ର ଉଦ୍‌ଘାଟିତ ହେବାକୁ ଯାଉଥିବା ସେଣ୍ଟ୍ରାଲ ଭିଷ୍ଟା ଲନ୍‌ ନୂଆ ନାଁରେ ପରିଚିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟିଶ ଶାସନ ସମୟର ନାଁ ଓ ଚିହ୍ନ ହଟାଇବା ଉପରେ ଗୁରୁତ୍ୱ ଦେଉଥିବାରୁ ଉକ୍ତ ଅଞ୍ଚଳକୁ କର୍ତ୍ତବ୍ୟ ପଥ (ପାଥ୍‌ ଅଫ୍‌ ଡ୍ୟୁଟି) ଭାବେ ନାମିତ କରାଯିବ। ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ କର୍ତ୍ତବ୍ୟ ପାଥ୍‌ ହେବ। ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରୁ ଉଦ୍‌ବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ଉପନିବେଶୀୟ ଚିହ୍ନ ଓ ମନୋଭବ ଉଚ୍ଛେଦ ଉପରେ ଜୋର୍‌ ଦେଇଥିଲେ। ସେହି ଅନୁଯାୟୀ ନିକଟରେ ନୌସେନାର ପତାକାକୁ ବଦଳାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଠିକଣା ରେସ୍‌କୋର୍ସ ରୋଡରୁ ଲୋକକଲ୍ୟାଣ ମାର୍ଗକୁ ପରିବର୍ତ୍ତନ କରାଯାଇଥିଲା।

Share