କରାଚୀ, ୨୧ା୧୦ (ପି.ଟି.)-ଜିମ୍ବାଓ୍ବେ କ୍ରିକେଟ କୋଚ୍ ଲାଲଚାନ୍ଦ ରାଜପୁତ ଦଳ ସହିତ ପାକିସ୍ତାନ ଟୁର୍ରେ ସାମିଲ ହୋଇପାରିବେ ନାହିଁ। ସୀମିତ ଓଭର ସିରିଜରୁ ବାଦ୍ ଦେବାକୁ ହରାରେସ୍ଥିତ ଭାରତୀୟ ଦୂତାବାସ ଏଥିପାଇଁ ଅନୁରୋଧ କରିଥିଲା। ଜିମ୍ବାଓ୍ବେ କ୍ରିକେଟ ଏଥିରେ ରାଜି ହୋଇଛି। ଟୁର୍ ବେଳେ ରାଜପୁତଙ୍କ ଅନୁପସ୍ଥିତିରେ ବୋଲିଂ କୋଚ୍ ଡଗଲାସ୍ ହେଣ୍ଡୋ ଦଳର ଦାୟିତ୍ୱରେ ରହିବେ। ଜିମ୍ବାଓ୍ବେ କ୍ରିକେଟ ଦଳ ଅକ୍ଟୋବର ୩୦ରୁ ରାଓ୍ବଲପିଣ୍ଡିରେ ପାକିସ୍ତାନ ବିପକ୍ଷରେ ୩ ଅନ୍ତର୍ଜାତୀୟ ଦିନିକିଆ ଖେଳିବା ପରେ ୩ ଅନ୍ତର୍ଜାତୀୟ ଟି୨୦ ଖେଳିବା ଲାଗି ଲାହୋର ଗସ୍ତ କରିବ। ଭାରତ ସରକାର ଏହାର ନାଗରିକମାନଙ୍କ ଲାଗି କରିଥିବା ଟ୍ରାଭେଲ ଗାଇଡ୍ଲାଇନ୍କୁ ମାନି ଟୁର୍ରେ ନ ଯିବା ଲାଗି ସେ ନିଷ୍ପତ୍ତି ନେଇଥିବା ରାଜପୁତ କହିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଜଣେ ମୁଖପାତ୍ର ଏହାକୁ ଜିମ୍ବାଓ୍ବେ କ୍ରିକେଟର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଦର୍ଶାଇଛନ୍ତି। ଜିମ୍ବାଓ୍ବେ କ୍ରିକେଟ ଅଫିସିଆଲମାନେ ହରାରେସ୍ଥିତ ପାକିସ୍ତାନ ହାଇ କମିଶନଙ୍କଠାରୁ ଲାଲଚାନ୍ଦ ରାଜପୁତଙ୍କ ପାଇଁ ଭିଜା ଯୋଗାଡ଼ କରିଥିଲେ। ସେ ଯଦି ନ ଆସିବେ ତେବେ ଏହା ଜିମ୍ବାଓ୍ବେ କ୍ରିକେଟ ଏବଂ ରାଜପୁତଙ୍କ ଆଭ୍ୟନ୍ତରୀଣ ବ୍ୟାପାର ବୋଲି ସେ କହିଛନ୍ତି।