ପଞ୍ଚଭୂତରେ ବିଲୀନ ହେଲେ ରାଜୁ ଶ୍ରୀବାସ୍ତବ

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ସମସ୍ତଙ୍କୁ ହସାଉ ଥିବା ରାଜୁ ଶ୍ରୀବାସ୍ତବ ସବୁଦିନ ପାଇଁ ଚୁପ ହୋଇଯାଇଛନ୍ତି। ଗୁରୁବାର ଦିଲ୍ଲୀର ନିଗମ୍ବୋଡ ଘାଟରେ ତାଙ୍କ ଶବଦାହ କରାଯାଇଛି। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନେ ଅଶ୍ରୁଳ ଆଖିରେ ତାଙ୍କୁ ବିଦାୟ ଦେଇଛନ୍ତି। କିଛି ଲୋକ ରାଜୁ ଅମର ରହେଙ୍କ ସ୍ଲୋଗାନ ମଧ୍ୟ ଦେଇଥିଲେ।
ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ବୁଧବାର ପରଲୋକ ଘଟିଥିଲା ଗତ ଅଗଷ୍ଟ ୧୦ରେ ଜିମ ଯିବା ସମୟରେ ହୃଦଘାତ ହୋଇଥିଲା। ଦୀର୍ଘ ୪୧ ଦିନ ଭେଣ୍ଟିଲେଟରରେ ରହିବା ପରେ ଶେଷରେ ସେ ଆଖିବୁଜିଥିଲେ।

Share