ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ପୁଣି ଗୁରୁତର

ନୂଆଦିଲ୍ଲୀ,୧୮।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୨ ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ ପୁଣି ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇପଡିଥିବା ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।
ଅଗଷ୍ଟ ୧୦ରେ, ସକାଳ ପ୍ରାୟ ୧୧ଟା ସମୟରେ ରାଜୁ ଶ୍ରୀବାସ୍ତବ ଦକ୍ଷିଣ ମୁମ୍ବାଇର ଏକ ଜିମରେ ଟ୍ରେଡ ମିଲରେ ବୁଲୁଥିବା ସମୟରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ।
ରାଜୁ ଶ୍ରୀବାସ୍ତବ ଦେଶର ଜଣେ ଜଣାଶୁଣା ହାସ୍ୟ ଅଭିନେତା। ସେ ଅନେକ ଲୋକପ୍ରିୟ ଟିଭି ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ରାଜୁ ମଧ୍ୟ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ଚେୟାରମ୍ୟାନ ଅଛନ୍ତି।

Share