ଏତିକି ସମ୍ପତ୍ତି ଛାଡିଯାଇଛନ୍ତି ରାଜୁ ଶ୍ରୀବାସ୍ତବ

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ଗତ ଅଗଷ୍ଟ ୧୦ରେ ଜିମ ଯିବା ସମୟରେ ହୃଦଘାତ ହୋଇଥିଲା। ଦୀର୍ଘ ୪୧ ଦିନ ଭେଣ୍ଟିଲେଟରରେ ରହିବା ପରେ ଶେଷରେ ବୁଧବାର ତାଙ୍କ ପରଲୋକ ଘଟିଥିଲା। କମେଡି ଜୀବନରେ ସେ ଅନେକ ଟଙ୍କା ରୋଜଗାର କରିଥିଲେ। ରାଜୁ ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ହିନ୍ଦୀ ହାସ୍ୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କର ନିଟ ମୂଲ୍ୟ ପ୍ରାୟ ୧ ରୁ ୩ ମିଲିୟନ ଥିଲା। ସେ ଟିଭି, ଫିଲ୍ମ, ବିଶ୍ୱ ଟୁର୍‌ କମେଡି ଶୋ, ପୁରସ୍କାର ହୋଷ୍ଟିଂ, ସମସ୍ତ ବ୍ରାଣ୍ଡ, ଟିଭି ବିଜ୍ଞାପନ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ରୋଜଗାର କରୁଥିଲେ। ଏଥିପାଇଁ ସେ ବହୁତ ଟଙ୍କା ଚାର୍ଜ କରୁଥିଲେ। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୫ ରୁ ୨୦ କୋଟି ବୋଲି କୁହାଯାଉଛି।
ରାଜୁ ଶ୍ରୀବାସ୍ତବ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ସତ୍ୟ ପ୍ରକାଶ ଶ୍ରୀବାସ୍ତବ। ପରେ ରାଜୁ ଶ୍ରୀବାସ୍ତବ ଭାବରେ ପ୍ରସିଦ୍ଧ ହୋଇଥିଲେ। ରାଜୁ ଶ୍ରୀବାସ୍ତବ ଭିତରେ ଥିବା ପ୍ରତିଭା ପିଲାଦିନରୁ ଜଣାପଡିଥିଲା। ସେ ସ୍କୁଲରେ କମେଡି କଥା କିଂ ପିଳାଙ୍କୁ ହସାଉଥିଲେ। ଅମିତାଭ ବଚ୍ଚନଙ୍କ ପ୍ରେରଣା ସହିତ ସେ ଅଭିନେତା ହେବାର ସ୍ବପ୍ନ ଦେଖି ମୁମ୍ବାଇ ଆସିଥିଲେ।
ମୁମ୍ବାଇ ଆସିବା ପରେ ରାଜୁ ଶ୍ରୀବାସ୍ତବଙ୍କର ରହିବାକୁ ଘର ନଥିଲା, ଖାଇବାକୁ ଟଙ୍କା ମଧ୍ୟ ନ ଥିଲା। ସେ ଅଟୋ ଚଳାଇ ନିଜର ଜୀବିକା ନିର୍ବାହ କଲେ। ଦିନେ ଅଟୋରେ ବସିଥିବା ଜଣେ ଯାତ୍ରୀଙ୍କୁ ରାଜୁ ତାଙ୍କ ଶୈଳୀରେ ପ୍ରଭାବିତ କରିଥିଲେ। ଯାତ୍ରୀ ଜଣଙ୍କ ତାଙ୍କୁ ଏକ ମଞ୍ଚ ପ୍ରଦର୍ଶନ କରିବାକୁ କହିଥିଲେ। ଏହା ପରେ ରାଜୁ ଷ୍ଟେଜରେ ପ୍ରଦର୍ଶନ କଲେ। ଏଥିପାଇଁ ସେ ୫୦ ଟଙ୍କା ପାଉଥିଲେ। ଏହା ପରେ ରାଜୁ ନିଜ ପ୍ରତିଭାକୁ ଦୂରଦର୍ଶନର ଟି ଟାଇମ ମନୋରଜନ ଠାରୁ ଦି ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜରେ ଭାଗ ନେଇଥିଲେ। ଏହାପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ ଫିଲ୍ମରେ ଅଫର୍‌ ପାଇଥିଲେ।

Share