ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୧୧।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ହୃଦ୍‌ଘାତ ଆକ୍ରାନ୍ତ ହେବା ପରେ ତାଙ୍କ ଚେତା ଏପର୍ଯ୍ୟନ୍ତ ଫେରିନାହିଁ। ଏହା ଚିନ୍ତାଜନକ ବିଷୟ ବୋଲି ଏମ୍ସର ଡାକ୍ତରମାନେ ସୂଚନା ଦେଇଛନ୍ତି।
ରାଜୁ ଶ୍ରୀବାସ୍ତବଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ କହିଛନ୍ତି, ଭାଇଙ୍କ ଅବସ୍ଥା ଗୁରୁତର। ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟରରେ ରଖିଛନ୍ତି। ରାଜୁଙ୍କ ପରିବାରର ସମସ୍ତ ସଦସ୍ୟ ଚିନ୍ତିତ ଅଛନ୍ତି। ତାଙ୍କ ସ୍ତ୍ରୀ ଶିଖା ମଧ୍ୟ ଦିଲ୍ଲୀ ଏମ୍ସରେ ଉପସ୍ଥିତ ଅଛନ୍ତି।
ଅଗଷ୍ଟ ୧୦ରେ, ସକାଳ ପ୍ରାୟ ୧୧ଟା ସମୟରେ ରାଜୁ ଶ୍ରୀବାସ୍ତବ ଦକ୍ଷିଣ ମୁମ୍ବାଇର ଏକ ଜିମରେ ଟ୍ରେଡ ମିଲରେ ବୁଲୁଥିବା ସମୟରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ।
ରାଜୁ ଶ୍ରୀବାସ୍ତବ ଦେଶର ଜଣେ ଜଣାଶୁଣା ହାସ୍ୟ ଅଭିନେତା। ସେ ଅନେକ ଲୋକପ୍ରିୟ ଟିଭି ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ରାଜୁ ମଧ୍ୟ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ଚେୟାରମ୍ୟାନ ଅଛନ୍ତି।

Share