Advertisement

ରାଜୁଙ୍କୁ ଶୁଣାଯାଉଛି ବିଗ୍‌ ବି ଅମିତାଭଙ୍କ ବାର୍ତ୍ତା; ପରିବାର କରୁଛି ପ୍ରାର୍ଥନା

ବମ୍ବେ: ହୃଦ୍‌ଘାତ ପରେ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ। ଚାରି ଦିନ ହେଲାଣି ଦିଲ୍ଲୀ ଏମ୍‌ସର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବା ପରେ ପାଇପ୍‌ ଜରିଆରେ ତାଙ୍କୁ କ୍ଷୀର ପିଇବାକୁ ଦିଆଯାଉଛି। ହାର୍ଟ ଏବଂ ପଲ୍ସ କାମ କରୁଥିଲେ ହେଁ ସେ ହୋସ୍‌କୁ ଆସିବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏସବୁ ମଧ୍ୟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କୁ ଅଡିଓ ବାର୍ତ୍ତା ପଠାଇଛନ୍ତି। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବିଗ୍‌ ବିଙ୍କ ବାର୍ତ୍ତା ଶୁଣାଯାଇଛି। ରାଜୁ ଉଠ। ବହୁତ ହେଲା। ଏବେ ବହୁତ କାମ କରିବାର ଅଛି ବୋଲି ବିଗ୍‌ ବି କହିଥିବା ଦେଖାଯାଇଥିଲା। ଆଗକୁ ମଧ୍ୟ ତାଙ୍କୁ ବିଗ୍‌ ବିଙ୍କ କଥା ଶୁଣାଯିବ ବୋଲି ଜଣାପଡ଼ିଛି। ରାଜୁ ବିଗ୍‌ ବିଙ୍କ ବଡ଼ ପ୍ରଶଂସକ। କାନପୁରର ରାଜୁ ମୁମ୍ବାଇ ଆସିବା ପୂର୍ବରୁ ଅମିତାଭ ଏବଂ ତାଙ୍କ ଫିଲ୍ମ ଲାଗି ପାଗଳ ପ୍ରାୟ ଥିଲେ। ଏଣୁ ଆଦର୍ଶଙ୍କ ବାର୍ତ୍ତା ତାଙ୍କ ସୁସ୍ଥ ହେବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share