ପୁଣି ବିଗିଡ଼ିଲା ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଭେଣ୍ଟିଲେଟରକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୧।୯: ବଲିଉଡ୍‌ କମେଡିଆନ ରାଜୁ ଶ୍ରୀବାସ୍ତବ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହେବାର ମାସେ ପୂରଣ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁରୁବାର ଏକ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ରାଜୁଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ବିଗିଡ଼ିଥିବା ବେଳେ ପ୍ରବଳ ଜ୍ୱର ହେବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରିଛନ୍ତି। ରାଜୁଙ୍କ ପିଆରଓ ଗର୍ବିତ ନାରଙ୍ଗ ଗୁରୁବାର ଏହି ସୂଚନା ଦେଇଛନ୍ତି। ରାଜୁଙ୍କ ଚେତା ଥିବା ବେଳେ ପୂର୍ବାପେକ୍ଷା ତାଙ୍କର ଶରୀରର ଗତିବିଧି ଅଧିକ ଜାରି ରହିଛି। ଅନ୍ୟପେଟ ପ୍ରଶଂସକ, ପରିବାର ଓ ସମ୍ପର୍କୀୟମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Share