ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଝିଅ ଅନ୍ତରା ଦେଲେ ହେଲ୍‌ଥ ଅପଡେଟ୍‌

ନୂଆଦିଲ୍ଲୀ,୨୩।୮: ବଲିଉଡ୍‌ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଗତ ୧୩ଦିନ ହେଲାଣି ଚେତା ଫେରିନାହିଁ। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ରାଜୁଙ୍କ ଆଶୁ ଆରୋଗ୍ୟ ପାଇଁ ସମଗ୍ର ଦେଶ, ପ୍ରଶଂସକ ଓ ପରିବାରଲୋକେ ପ୍ରାର୍ଥନା କରୁଛନ୍ତି। ତାଙ୍କ ଉନ୍ନତ ସ୍ବାସ୍ଥ୍ୟ ପାଇଁ ପରିବାରଲୋକେ ପୂଜା କରୁଛନ୍ତି। ଆସନ୍ତା ୫ଦିନ ପାଇଁ ତାଙ୍କ ଲାଗି ପୂଜା ରଖାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ତାଙ୍କ ସ୍ବାସ୍ଥ୍ୟ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ରାଜୁଙ୍କ ଝିଅ ଅନ୍ତରା ତାଙ୍କ ହେଲ୍‌ଥ ଅପଡେଟ୍‌ ଜାରି କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କମେଡିଆନ ରାଜୁଙ୍କ ଅବସ୍ଥା ସ୍ଥିର ରହିଛି। ଏବେ ବି ସେ ଚେତାଶୂନ୍ୟ ଅଛନ୍ତି। ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି ବୋଲି ଅନ୍ତରା କହିଛନ୍ତି। ଅନ୍ୟପଟେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜୁ ଶ୍ରୀବାସ୍ତବ ଚେତା ଫେରି ପାଇବା ପାଇଁ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିପାରେ।

Share