ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ, ୫।୯: ବଲିଉଡ୍‌ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲଗାତାର ଅପ୍‌ଡେଟ୍‌ ଆସିବାରେ ଲାଗିଛି। ନିକଟରେ ପ୍ରବଳ ଜ୍ୱର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଏବେ ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ଏନେଇ ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ରାଜୁ ହାତ ଏବଂ ଗୋଡ ଚଳପ୍ରଚଳ କରିପାରୁଛନ୍ତି। ଏହାସହ ତାଙ୍କ ସ୍ତ୍ରୀ ଶିଖା ଶ୍ରୀବାସ୍ତବଙ୍କ ସହ ସେ କଥା ହୋଇଛନ୍ତି। ତେବେ ଖୁବ୍‌ଶୀଘ୍ର ରାଜୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଅଜିତ ସକ୍ସେନା କହିଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ହୃଦଘାତ ହେବାରୁ ତାଙ୍କୁ ଅଗଷ୍ଟ ୧୦ରେ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ୧୫ ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିଲା। ହେଲେ ସେପ୍ଟେମ୍ବର ୧ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡିଯାଇଥିଲା। ତେଣୁ ତାଙ୍କୁ ପୁଣି ଥରେ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ କରାଯାଇଥିଲା।

Share