ଭାଇରାଲ ହେଉଛି ରାଜୁଙ୍କ ଶେଷ ଭିଡିଓ

ମୁମ୍ବାଇ: ଆଉ ନାହାନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ବୁଧବାର ୫୮ ବର୍ଷ ବୟସରେ ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବରରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଏହାରି ମଧ୍ୟରେ ରାଜୁଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ସେହି ଭିଡିଓରେ
ରାଜୁ ଶଶି କପୁରଙ୍କ ମିମିକ୍ରି କରିଥିଲେ। ସେ କିପରି କୋଭିଡ-୧୯ ସଚେତନତା ବାର୍ତ୍ତା ଦିଅନ୍ତି, ତାହାକୁ ହାସ୍ୟ ଅଭିନେତା ସମ୍ପୂର୍ଣ୍ଣ ରୂପେ ଅନୁସରଣ କରି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ଅଗଷ୍ଟ ୧୦ରେ ରାଜୁଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସେ ଭେଣ୍ଟିଲେଟର ସହାୟତାରେ ଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।

ରାଜୁ ଶ୍ରୀବାସ୍ତବ ବି-ଟାଉନର ଜଣାଶୁଣା ଅଭିନେତା ଥିଲେ। ‘ବାଜିଗର୍‌’ ଓ ‘ମେନେ ପ୍ୟାର୍‌ କିୟା’ ପରି ଅନେକ ହିଟ୍‌ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହାସହ ସେ ମଧ୍ୟ ଅନେକ ରିଆଲିଟି ଶୋ’ରେ ନଜର ଆସିଛନ୍ତି।

Share