Posted inଜାତୀୟ

ରାଜ୍ୟ ସଭା ଉପ ନିର୍ବାଚନ: ସଂଧ୍ୟା ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା! ଓଡ଼ିଶାରୁ…

ନୂଆଦିଲ୍ଲୀ,୨୦।୮: ରାଜ୍ୟ ସଭା ଉପ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବାବେଳେ କେବଳ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି। ଏନେଇ ମଙ୍ଗଳବାର ସଂଧ୍ୟା ସୁଦ୍ଧା ତାଲିକା ଆସିପାରେ ବୋଲି କୁହାଯାଉଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଭାଜପାର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୭ଟି ରାଜ୍ୟର ୧୦ ଟି ରାଜ୍ୟ ସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ଉପରେ ଆଲୋଚନା କରାଯିବା ସହ ରଣନୀତି ପ୍ରସ୍ତୁତ କରାଯାଇଛି। ଏକ ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ଭାଜପା ଆଜି ସଂଧ୍ୟା ସୁଦ୍ଧା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। କାରଣ ଆସନ୍ତାକାଲି ନିର୍ବାଚନ ପାଇଁ ନାମାଙ୍କନ କରିବାର ଶେଷ ଦିନ।

ଦିଲ୍ଲୀରେ ଅନଚଷ୍ଠିତ ହୋଇଥିବା ଏହି ବୈଠକରେ ଭାଜପାର ବରିଷ୍ଠ ନେତୃତ୍ୱ କହିଛନ୍ତି ଯେ, ସଂସଦୀୟ ବୋର୍ଡ ସଦସ୍ୟଙ୍କ ସହ କଥାବାର୍ତ୍ତା ହେବା ପରେ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଏଥିସହ ବୈଠକରେ ଉପ-ନିର୍ବାଚନ ସମ୍ପର୍କିତ ରାଜନୈତିକ ସମୀକରଣ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। ବିଶେଷକରି ବିହାର, ମହାରାଷ୍ଟ୍ର ଏବଂ ହରିୟାଣାରେ ପରିସ୍ଥିତିକୁ ନେଇ ଆଲୋଚନା କରାଯାଇଛି। ମହାରାଷ୍ଟ୍ରରେ ଏନଡିଏ ମେଣ୍ଟ ସହଯୋଗୀମାନଙ୍କୁ କିପରି ପରିଚାଳନା କରାଯିବ ସେନେଇ ନେତାଙ୍କ ସହ ଆଲୋଚନା କରାଯାଇଛି।

ରାଜ୍ୟ ସଭାର ଅନେକ ସିଟ୍‌ ଖାଲି ପଡିଛି। ବିହାରରୁ ଦୁଇଟି ସିଟ ଖାଲି ପଡିଛି। ଆରଜେଡି ରାଜ୍ୟସଭା ଏମପି ମିସା ଭାରତୀଙ୍କ ଇସ୍ତଫା ଯୋଗୁଁ ଗୋଟିଏ ଆସନ ଖାଲି ପଡ଼ିଛି। ବିବେକ ଠାକୁରଙ୍କ ଇସ୍ତଫା ଯୋଗୁଁ ଦ୍ୱିତୀୟ ଆସନ ଖାଲି ପଡିଛି। ଗୋଟିଏ ଆସନରେ ଭାଜପା ନିଜର ସହଯୋଗୀ ରାଷ୍ଟ୍ରିୟ ଲୋକ ମୋର୍ଚ୍ଚା ସଭାପତି ଉପେନ୍ଦ୍ର କୁଶୱାଙ୍କୁ କୋଟାରୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଦ୍ୱିତୀୟ ଆସନ ପାଇଁ ପ୍ରାର୍ଥୀ କିଏ ହେବ ଏନେଇ ବୈଠକରେ ଅମିତ ଶାହା ଏବଂ ଜେପି ନଡ୍ଡା ମନ୍ଥନ କରିଛନ୍ତି।

ମହାରାଷ୍ଟ୍ରରେ ଦୁଇଟି ରାଜ୍ୟ ସଭା ଆସନ ଖାଲି ପଡିଛି। ଉଭୟଙ୍କ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଉଦୟରାଜ ଭୋସଲେ ଓ ପୀୟୁଷ ଗୋୟଲଙ୍କ ଇସ୍ତଫା ପରେ ଦୁଇଟି ସିଟ୍‌ ଖାଲି ପଡିଛି। ଚଳିତ ଲୋକ ସଭା ନିର୍ବାଚନରେ ପୀୟୁଷ ଗୋୟଲ ମୁମ୍ବାଇ ଉତ୍ତରରୁ ଏମପି ଭାବରେ ନିର୍ବାଚିତ ହୋଇଛନ୍ତି। ତେବେ ମହାରାଷ୍ଟ୍ରର ଏହି ଦୁଇଟି ଆନସରେ ଗୋଟିଏରେ ଭାଜପା ନିଜ ପାଖରେ ରଖିବାକୁ ଚିନ୍ତା କରିଥିବାବେଳେ ଅନ୍ୟଟି ଏନସିପି (ଅଜିତ ପାୱାର) କୁ ଦେବାକୁ ନିଷ୍ପତ୍ତି ନେଇଛି।

ସର୍ବାନନ୍ଦ ସୋନୋୱାଲ ଏବଂ କାମାଖୀ ପ୍ରସାଦ ତାସାଙ୍କ ଇସ୍ତଫା ଯୋଗୁଁ ଆସାମରୁ ଦୁଇଟି ସିଟ ଖାଲି ପଡିଛି। ଆସାମରୁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ପାଇଁ ହିମନ୍ତ ବିଶ୍ୱ ଶର୍ମା ଉପସ୍ଥିତ ଅଛନ୍ତି। କେସି ଭେନୁଗୋପାଳ ରାଜସ୍ଥାନରୁ ଲୋକ ସଭାକୁ ଯିବା କାରଣରୁ ଗୋଟିଏ ରାଜ୍ୟ ସଭା ଆସନ ଖାଲି ପଡିଛି। ଭାଜପା କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟୁଙ୍କୁ ରାଜସ୍ଥାନରୁ ରାଜ୍ୟ ସଭାକୁ ପଠାଇପାରେ। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ଯୋଗୁଁ ମଧ୍ୟପ୍ରଦେଶରେ ରାଜ୍ୟ ସଭାର ଗୋଟିଏ ଆସନ ଖାଲି ପଡିଛି।

କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା ଲୋକ ସଭା ଏମପି ହେବା ପରେ ଗୋଟିଏ ଆସନ ଖାଲି ପଡିଛି। ଏହି ଆସନ ଭାଜପା ଆକାଉଣ୍ଟକୁ ଯାଇପାରେ ବୋଲି ବିଶ୍ୱାସ କୁହାଯାଉଛି। ଓଡିଶାରୁ ବିଜେଡିର ରାଜ୍ୟ ସଭା ଏମପି ଥିବା ମମତା ମହାନ୍ତଙ୍କ ଇସ୍ତଫା ଯୋଗୁଁ ଗୋଟିଏ ଆସନ ଖାଲି ପଡିଛି। ଯାହା ଭାଜପା ପାଖକୁ ଯାଇପାରେ ବୋଲି କୁହାଯାଉଛି। ଆଉ ଏହି ଆସନରେ ଭାଜପା ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

PAN ପରେ ଏବେ Voter ID ସହ ଲିଙ୍କ ହେବ ଆଧାର

ନୂଆଦିଲ୍ଲୀ,୧୮।୩: ଆଧାର ଏବଂ ଭୋଟର ପରିଚୟପତ୍ର (EPIC)କୁ ଲିଙ୍କ କରିବାର ପଥ ପରିଷ୍କାର ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦେଶର ନିର୍ବାଚନ କମିଶନ...

ଇଡି ଜେରା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଲଞ୍ଚ କରିବାକୁ ମିଳିଲା ଅନୁମତି

ପାଟନା,୧୮।୩: ମଙ୍ଗଳବାର ଲ୍ୟାଣ୍ଡ ଫର୍‌ ଜବ ଦୁର୍ନୀତି ମାମଲାରେ ଇଡି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ପଚରାଉଚରା କରିଥିଲା। ରାବ୍ରୀ ଦେବୀଙ୍କ ଝିଅ ମୀସା...

ହତ୍ୟାକାଣ୍ଡ ମାମଲାରେ ୪୪ ବର୍ଷ ପରେ ୩ ଙ୍କୁ ମୃତ୍ୟୁଦଣ୍ଡ, ରାୟ ଶୁଣି କାନ୍ଦି ପକାଇଲେ ଦୋଷୀ

ମୈନପୁରୀ,୧୮।୩: ଫିରୋଜାବାଦର ଜସରାଣାର ଦିହୁଲି ଗାଁରେ ନଭେମ୍ବର ୧୮, ୧୯୮୧ରେ ଘଟିଥିବା ୨୪ ଜଣ ଦଳିତଙ୍କ ଗଣହତ୍ୟା ଘଟଣାରେ ମଙ୍ଗଳବାର କୋର୍ଟ ତିନି ଜଣ ଦୋଷୀଙ୍କୁ...

ଅତି ସହଜ ଉପାୟରେ ଘରେ ବସି ଆଧାର କାର୍ଡରେ ନିଜ ଠିକଣା ବଦଳେଇପାରିବେ, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ,୧୮।୩: ଭାରତର ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ରହିଛି ଯେଉଁଥିରେ ଏକ 12-ଅଙ୍କ ବିଶିଷ୍ଟ ପରିଚୟପତ୍ର ରହିଛି। ଏଥିରେ, ବ୍ୟକ୍ତିଙ୍କ ବାୟୋମେଟ୍ରିକ ସୂଚନା, ନାମ,...

‘ମୁଁ ମୋଦିଙ୍କ ସହ ସହମତ’, ମହାକୁମ୍ଭକୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ସମର୍ଥନ କଲେ ରାହୁଲ

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକ ସଭାରେ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦେଶରେ ଏକତାର...

ବାୟୁସେନା ଓ୍ବିଙ୍ଗ କମାଣ୍ଡରଙ୍କ ଉପରେ ବଳାତ୍କାର ଅଭିଯୋଗ: ଏସଆଇଟି ଯାଞ୍ଚ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୩: ଜମ୍ମୁ-କଶ୍ମୀରରେ ଜଣେ ବରିଷ୍ଠ ବାୟୁସେନା ଅଧିକାରୀଙ୍କ ବିରୁଦ୍ଧରେ ଜଣେ ମହିଳା ଅଧିକାରୀଙ୍କ ଦ୍ୱାରା ହୋଇଥିବା ବଳାତ୍କାର ମାମଲାର SIT ନେତୃତ୍ୱରେ ତଦନ୍ତରେ ପରବର୍ତ୍ତୀ ପ୍ରକ୍ରିୟାକୁ...

“ଭାରତରେ ଆପଣଙ୍କୁ ଦେଖିବାକୁ ଅପେକ୍ଷା କରୁଛି”: ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଚିଠି ଲେଖିଛନ୍ତି। ସୁନୀତା ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରୁ...

ଔରଙ୍ଗଜେବଙ୍କ ବିରୋଧରେ ‘ଲୋକଙ୍କ କ୍ରୋଧ’ ପାଇଁ ଛାଭା ଚଳଚ୍ଚିତ୍ର ଦାୟୀ: ଦେବେନ୍ଦ୍ର ଫଡନାଭିସ୍

ମୁମ୍ବାଇ,୧୮।୩: ମହାରାଷ୍ଟ୍ରରେ ଚାଲିଥିବା ଔରଙ୍ଗଜେବ ବିବାଦ ଏବଂ ସୋମବାର ନାଗପୁରରେ ଘଟିଥିବା ହିଂସା ମଧ୍ୟରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଙ୍ଗଳବାର ୧୭ଶ ଶତାବ୍ଦୀର ମୋଗଲ ସମ୍ରାଟଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image