୩ରେ ରାଜ୍ୟ ସଭା ଉପ ନିର୍ବାଚନ

  1. ନୂଆଦିଲ୍ଲୀ,୭।୮: ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୩ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୧୨ଟି ଆସନ ମଧ୍ୟରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ରହିଛି। ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ ସାଂସଦ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଥିଲା। ଏବେ ଉକ୍ତ ଆସନ ପାଇଁ ନିର୍ବାଚନ ହେବ।

ଉପ ନିର୍ବାଚନ ପାଇଁ ଅଗଷ୍ଟ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧ ନାମାଙ୍କନ ଦାଖଲର ଶେଷ ଦିନ। ଆବଶ୍ୟକ ପଡ଼ିଲେ ସେପ୍ଟେମ୍ବର ୩ରେ ଭୋଟ ଗ୍ରହଣ ହେବ।

ସୂଚନାଯୋଗ୍ୟ, ନିକଟରେ ମମତା ମହାନ୍ତ ବିଜେଡି ଛାଡିବା ସହ ରାଜ୍ୟ ସଭା ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ବିଧିବଦ୍ଧ ଭାବେ ଭାଜପାରେ ମିଶିଥିଲେ।

 

Share