Categories: ଜାତୀୟ

ରାଜ୍ୟ ସଭାରେ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଶୁଭେଚ୍ଛା: ତୁମ ପାଇଁ ଦେଶ ଗର୍ବିତ

ନୂଆଦିଲ୍ଲୀ,୯।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନର ଶେଷ ସପ୍ତାହ ସୋମବାରଠାରୁ ଆରମ୍ଭ ହୋଇଛି। ସଦନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସଭା ସଭାପତି ଏମ୍‌ ଭେଙ୍କିଆ ନାଇଡୁ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ସମସ୍ତ ଭାରତୀୟ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ସମସ୍ତ ଖେଳାଳି ପାଇଁ ଆଜି ଦେଶ ଗର୍ବିତ। ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ସର୍ବଶ୍ରେଷ୍ଠ ହୋଇପାରିଛି। କେବଳ ସର୍ବୋଚ୍ଚ ପଦକ ଜିତିବା ଦୃଷ୍ଟିରୁ ନୁହେଁ ବରଂ କେତେକ ଖେଳାଳି ଫାଇନାଲ ରାଉଣ୍ଡରେ ପହଞ୍ଚି ପାରିଥିବାରୁ। ଟୋକିଓ ଅଲିମ୍ପିକ୍ସରେ ଆମ ଦେଶ କ୍ରୀଡାରେ ପୁଣି ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନକୁ ପୁନଃସ୍ଥାପନ କରିପାରିଛି ବୋଲି ଭେଙ୍କିଆ ନାଇଡୁ କହିଛନ୍ତି।

Share