Categories: ଜାତୀୟ

ରାଜ୍ୟ ସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ଟିଏମସି

କୋଲକାତା,୧୦।୭: ପଶ୍ଚିମବଙ୍ଗର ତ୍ରୁଣ ମୂଳ କଂଗ୍ରେସ ରାଜ୍ୟ ସଭା ନିର୍ବାଚନ ଲାଗି ସୋମବାର ତା’ର ପ୍ରାର୍ଥି ଘୋଷଣା କରିଛି। ଦଳ ପକ୍ଷରୁ ଟୁଇଟ କରି ଲେଖାଯାଇଛି କି ଆଗାମୀ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ଖୁସି ଲାଗୁଛି। ଏହାସହ ସମସ୍ତ ପ୍ରାର୍ଥୀଙ୍କୁ ଶୁଭକାମନା ଜଣାଇଛି ଦଳ।

ଟିଏମସି ଆସନ୍ତା ରାଜ୍ୟ ସଭା ନିର୍ବାଚନ ପାଇଁ ଡେରେକ ଓ’ବ୍ରାୟନ, ଡୋଲା ସେନ, ସୁଖେନ୍ଦୁ ଶେଖର ରୟ, ସମୀରୁଲ ଇସଲାମ, ପ୍ରକାଶ ଚିକ ବଡାଇକ ଏବଂ ସାକେତ ଗୋଖଲେଙ୍କ ନାମ ଉପରେ ମୋହର ଲଗାଇ ପ୍ରାର୍ଥୀ କରିଛନ୍ତି। ପଶ୍ଚିମବଙ୍ଗରୁ ୭ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁଥିପାଇଁ ଗତ ଗୁରୁବାର ଅର୍ଥାତ୍‌ ଜୁଲାଇ ୬ରୁ ପ୍ରାଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।
ଜନ ସେବା ପାଇଁ ପ୍ରକୃତ ଭକ୍ତି ସହ କାର୍ଯ୍ୟ କରିବାକୁ ପଶ୍ଚିମବଙ୍ଗର ରାଜ୍ୟ ସଭା ନିର୍ବାଚନରେ ଲଢୁଥିବା ପାଇଁ ପ୍ରାର୍ଥୀଙ୍କୁ ଟିଏମସି କହିଛି। ଦଳ ସମସ୍ତ ପ୍ରାର୍ଥୀଙ୍କୁ ଲୋକଙ୍କ ପ୍ରତି ଉତ୍ସର୍ଗୀକୃତ ହେବା ପାଇଁ ଉପଦେଶ ଦେଇଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ୭ଟି ରାଜ୍ୟ ସଭା ଆସନ ପାଇଁ ନାମାଙ୍କନ ଗତ ସପ୍ତାହରୁ ଆରମ୍ଭ ହୋଇଛି, ଯେଉଁଥି ପାଇଁ ଜୁଲାଇ ୨୪ରେ ନିର୍ବାଚନ ହେବ। ଏହା ସହିତ, ଅଧିକ ବିଳମ୍ବ ନ କରି, ସାରେ ଭୋଟ ଗଣନା ମଧ୍ୟ କରାଯିବ। ରାଜ୍ୟରୁ ମୋଟ ୬ଟି ରାଜ୍ୟ ସଭା ଏମପିଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଥିବାବେଳେ ସପ୍ତମ ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି।

Share