Categories: ଜାତୀୟ

ରାଜ୍ୟ ସଭା ନିର୍ବାଚନ ୨୦୨୨: ଭାଜପାକୁ ମହାରାଷ୍ଟ୍ରରେ ୩, ହରିୟାଣାରେ ମିଳିଲା ଗୋଟିଏ ଆସନ

ନୂଆଦିଲ୍ଲୀ,୧୧ ।୬: ଶୁକ୍ରବାର ସକାଳେ ୪ ରାଜ୍ୟର ୧୬ ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିଲା । ବିଳମ୍ବିତ ରାତିରେ ଭୋଟ ଗଣନା ହେବାରୁ ଶନିବାର ଭୋର ସମୟରେ କିଛି ଫଳାଫଳ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ୬ ଆସନରୁ ଭାଜପାକୁ ୩, ଶିବସେନା, କଂଗ୍ରେସ ଓ ଏନସିପିକୁ ଗୋଟିଏ ଲେଖାଏଁ ଆସନ ମିଳିଛି । ସେପଟେ ହରିୟାଣାରେ ୨ଟି ଆସନରୁ ଭାଜପାକୁ ଗୋଟିଏ ଆସନ ମିଳିଛି । ଏହା ପୂର୍ବରୁ ରାଜ୍ୟ ସଭା ନିର୍ବାଚନକୁ ନେଇ ସାରାଦିନ ଚାଲିଥିବା ଆଲୋଚନା ପରେ ସନ୍ଧ୍ୟା ସମୟରେ ମହାରାଷ୍ଟ୍ର ଓ ହରିୟାଣାର ଭୋଟ ଗଣତିକୁ ବନ୍ଦ କରି ଦିଆଯାଇଥିଲା ।
ମହାରାଷ୍ଟ୍ରରେ ଫଳାଫଳ ଆସିବା ପରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ନିର୍ବାଚନ କମିଶନ ଆମର ଗୋଟିଏ ଭୋଟକୁ ଅମାନ୍ୟ କରିଦେଇଛନ୍ତି । ଆମେ ୨ଟି ଭୋଟକୁ ନେଇ ଆପତ୍ତି ଉଠାଇଥିଲୁ, ହେଲେ ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ନିର୍ବାଚନ କମିଶନ ତାଙ୍କ(ଭାଜପା) ପକ୍ଷ ନେଲେ ।

Share