Rajya Sabha Elections 2024: ରାଜ୍ୟ ସଭା ଏମପିଙ୍କୁ ମିଳେ ଏତେ ଦରମା, ସେମାନଙ୍କ ପାଇଁ ରହିଛି ଏହିସବୁ ସୁବିଧା

ନୂଆଦିଲ୍ଲୀ,୨୮।୨: ରାଜ୍ୟ ସଭା ପାଇଁ ୧୫ ଟି ରାଜ୍ୟେରେ ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏପ୍ରିଲରେ, ସମସ୍ତ ରାଜ୍ୟରେ ସମୁଦାୟ ୫୬ ରାଜ୍ୟ ସଭା ଏମପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି କାରଣରୁ ଫେବୃଆରୀରୁ ନିର୍ବାଚନ ଆରମ୍ଭ ହୋଇଛି। ମଙ୍ଗଳବାର କର୍ନାଟକ, ଉତ୍ତର ପ୍ରଦେଶ ଓ ହିମାଚଳ ପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭା ଏମପିଙ୍କ ନିର୍ବାଚନ ଲୋକସଭା ଏମପିଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସଂସଦର ଉଚ୍ଚ ଗୃହ କୁହାଯାଉଥିବା ରାଜ୍ୟ ସଭା ଏମପିଙ୍କ କାର୍ଯ୍ୟକାଳ ୬ବର୍ଷ ହୋଇଥାଏ। ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ସଂସଦର ସ୍ଥାୟୀ ଗୃହ ହୋଇଥିବା କାରଣରୁ ରାଜ୍ୟ ସଭାକୁ କେବେ ବି ଭଙ୍ଗ କରାଯାଇ ପାରିବ ନାହିଁ। ଏସବୁ ବ୍ୟତୀତ ସେମାନଙ୍କର କାର୍ଯ୍ୟକାଳ ଏବଂ ସୁବିଧା ମଧ୍ୟ ଭିନ୍ନ ଅଟେ। ତେବେ ରାଜ୍ୟ ସଭା ଏମପିଙ୍କ ଦରମା, କାର୍ଯ୍ୟକାଳ ଏବଂ ସେମାନେ କ’ଣ କ’ଣ ସୁବିଧା ପାଆନ୍ତି ଆସନ୍ତୁ ଜାଣିବା।

ଲୋକ ସଭା ଏମପିଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥିବାବେଳେ ରାଜ୍ୟ ସଭା ଏମପିଙ୍କ କାର୍ଯ୍ୟକାଳ ୬ବର୍ଷ ହୋଇଥାଏ। ଲୋକ ସଭା ଏମପିଙ୍କୁ ଜନତା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ କରୁଥିବାବେଳେ ରାଜ୍ୟ ସଭା ଏମପିମାନେ ବିଧାୟକଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ରାଜ୍ୟରେ ବିଧାୟକଙ୍କ ସଂଖ୍ୟା ଏବଂ ଖାଲିଥିବା ରାଜ୍ୟସଭା ଆସନକୁ ଆଧାର କରି ରାଜ୍ୟ ସଭା ଏମପି ପ୍ରାର୍ଥୀ କେତେ ସିଟରେ ଜିତିବେ ତାହା ସ୍ଥିର ହୋଇଥାଏ।
ରାଜ୍ୟ ସଭା ଏମପିଙ୍କ ମାସିକ ୨ ଲକ୍ଷ ୧୦ ହଜାର ଟଙ୍କା ଦରମା ମିଳିଥାଏ। ଏଥିମଧ୍ୟରୁ ୨୦ ହଜାର ଟଙ୍କା ଅଫିସ ଖର୍ଚ୍ଚ ପାଇଁ ମିଳିଥାଏ। କିନ୍ତୁ ମୂଳ ଦରମା ହେଉଛି ୧ ଲକ୍ଷ ୯୦ ହଜାର ଟଙ୍କା। ଏହି ଟଙ୍କାରେ ସେମାନଙ୍କର ସମସ୍ତ ଭତ୍ତା ମଧ୍ୟ ଅନ୍ତର୍ଭୁକ୍ତ ରହିଥାଏ।
ରାଜ୍ୟ ସଭା ଏମପିମାନେ ପ୍ରତିମାସରେ କେବଳ ୧୬ହଜାର ଟଙ୍କା ଦରମା ପାଇଥା’ନ୍ତି। କିନ୍ତୁ ଯେଉଁଦିନ ସଂସଦରେ ଗୃହ ଚାଲିଥାଏ ସେମାନଙ୍କୁ ଦିନକ ପିଛା ୧୦୦୦ଟଙ୍କା ମିଳିିଥାଏ। ଏହା ବ୍ୟତୀତ ୨୦ ହଜାର ଟଙ୍କା ସାମ୍ବିଧାନିକ ଭତ୍ତା, ୨୦ହଜାର ଟଙ୍କା ଅଫିସ ଭତ୍ତା ମିଳିଥାଏ। କିଲୋମିଟର ପିଛା ୩୪ ଟଙ୍କା ଯାତ୍ରା ଭତ୍ତା ମଧ୍ୟ ମିଳିଥାଏ। ଏଥିସହ ସେମାନଙ୍କୁ ଅନ୍ୟାନ୍ୟ ଭତ୍ତା ମିଳିଥାଏ। ଏହିସବୁ ମିଶି ତାଙ୍କର ମୋଟ ଦରମା ଲକ୍ଷେ ଉପରେ ପହଞ୍ଚି ଯାଇଥାଏ।

ରାଜ୍ୟ ସଭା ଏମପିଙ୍କୁ ଟ୍ରେନରେ ଯାତ୍ରା ପାଇଁ ପ୍ରତି ମାସରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି ଏବଂ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଏସି ପାସ ମଧ୍ୟ ମିଳିଥାଏ। ବିମାନ ଯାତ୍ରା ସମୟରେ ସେମାନେ କେବଳ ୨୫ ପ୍ରତିଶତ ଭଡା ଦେଇଥା’ନ୍ତି। ସବୁଠାରୁ ବଡକଥା ହେଉଛି, ଏହି ଏମପିମାନେ ପ୍ରତିବର୍ଷ, ଜଣେ ବ୍ୟକ୍ତିଙ୍କ ସହିତ ମାଗଣାରେ ୩୪ଟି ବିମାନ ଯାତ୍ରା କରିପାରିବାର ସୁବିଧା ପାଇଛନ୍ତି। ଏହା ବ୍ୟତୀତ, ସେମାନଙ୍କର କୌଣସି ସମ୍ପର୍କୀୟ ଗୋଟିଏ ବର୍ଷରେ ଆଠଟି ବିମାନ ଯାତ୍ରା ମାଗଣାରେ ମଧ୍ୟ କରିପାରିବାର ସୁବିଧା ରହିଛି।

ରାଜ୍ୟ ସଭା ଏମପିଙ୍କୁ ସରକାରଙ୍କ ପକ୍ଷରୁ ଦୁଇଟି ମୋବାଇଲ ମିଳିଛି। ଏହି ଫୋନ୍‌ ମାଧ୍ୟମରେ ସେମାନେ ପ୍ରତିବର୍ଷ ୫୦ହଜାର ଲୋକାଲ କଲ କରିପାରିବେ। ସବୁ ଏମପିଙ୍କ ପାଇଁ ଏହି ମୋବାଇଲେରେ ଫ୍ରି ଇଣ୍ଟନେଟ୍‌ ସେବା ମଧ୍ୟ ରହିଛି। ସରକାର ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବର୍ଷସାରା ବହନ କରୁଛନ୍ତି। ରାଜ୍ୟ ସଭା ଏମପିମାନେ ରହିବାକୁ ସରକାରୀ ଆବାସ ପାଇଛନ୍ତି। ଏହାର ଭଡା ମଧ୍ୟ ସରକାରଙ୍କଠାରୁ ପ୍ରାପ୍ତ ଭତ୍ତାରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତିବର୍ଷ ସେମାନଙ୍କୁ ୪ହଜାର କିଲୋ ଲିଟର ପାଣି, ୫୦ ହଜାର ୟୁନିଟ ବିଦ୍ୟୁତ, ଆସବାବପତ୍ର, ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୁବିଧା ମାଗଣାରେ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri