ରାଜ୍ୟସଭା ନିର୍ବାଚନ: ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ

ଭୁବନେଶ୍ୱର,୨୦।୨: ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ। ଯଦି କୌଣସି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରନ୍ତି ତେବେ ନିର୍ବାଚନରେ ସେମାନଙ୍କୁ ବିଜୟ ଘୋଷଣା କରାଯିବ। ରାଜ୍ୟସଭାରେ ଖାଲିଥିବା ୩ଟି ଆସନ ପାଇଁ ୩ଜଣ ପ୍ରାର୍ଥୀ ଅଛନ୍ତି।

ଓଡ଼ିଶାରୁ ରାଜ୍ୟସଭା ପାଇଁ ବିଜେଡିର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ତୃତୀୟ ପ୍ରାର୍ଥୀ ଭାବେ ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିଛି।

Share