Advertisement

ରାଜ୍ୟ ସଭା ନିର୍ବାଚନ: ୟୁପି, ହିମାଚଳ, କର୍ନାଟକର ୧୫ ଆସନରେ ଭୋଟ ଗ୍ରହଣ ଆଜି

ନୂଆଦିଲ୍ଲୀ,୨୭।୨: ମଙ୍ଗଳବାର ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କର୍ନାଟକର ୧୫ଟି ରାଜ୍ୟ ସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ତିନୋଟି ରାଜ୍ୟରେ ଜଣେ ଅତିରିକ୍ତ ପ୍ରାର୍ଥୀଙ୍କ ପ୍ରବେଶ ହେତୁ ଭୋଟ ଦେବାକୁ ପଡିଲା। ମଙ୍ଗଳବାର ବିଳମ୍ବିତ ରାତିରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ଫେବୃଆରୀ ୨୭ ରେ ୧୫ ଟି ରାଜ୍ୟରେ ୫୬ ଟି ଆସନ ପାଇଁ ନିର୍ବାଚନ ଆୟୋଗ ଭୋଟ ଗ୍ରହଣ କରିବାକୁ ଘୋଷଣା କରିଥିଲେ। ଏଥିମଧ୍ୟରୁ ୧୨ଟି ରାଜ୍ୟରେ ୨୦ଜଣ ଭାଜପା ପ୍ରାର୍ଥୀ ସମେତ ୪୧ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିଲେ। ମଙ୍ଗଳବାର ଉତ୍ତରପ୍ରଦେଶର ୧୦ ଟି, କର୍ନାଟକର ୪ଟି ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନରେ ଭୋଟ ଗ୍ରହଣ କରାଯିବ। ୧୧ଜଣ ପ୍ରାର୍ଥୀ ଉତ୍ତର ପ୍ରଦେଶର ୧୦ ଟି ସିଟ ପାଇଁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share