Categories: ଜାତୀୟ

କୃଷି ଆଇନ ନେଇ ରାଜ୍ୟସଭା ଅଚଳ

ନୂଆଦିଲ୍ଲୀ,୨।୨: କୃଷି ଆଇନକୁ ନେଇ ମଙ୍ଗଳବାର ରାଜ୍ୟସଭା ଅଚଳ ହୋଇପଡ଼ିଛି। ବିରୋଧୀ ଦଳ ସଦସ୍ୟ କୃଷି ଆଇନ ଭଳି କଳା ଆଇନକୁ ସରକାର ଫେରାଇ ନେବା ଆବଶ୍ୟକ ବୋଲି ହଟ୍ଟଗୋଳ କରିଛନ୍ତି। ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଦାବି କରି ବିରୋଧୀ ଦଳ ସଦସ୍ୟ ଅଧ୍ୟକ୍ଷ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ନୋଟିସ୍‌ ଦେଇଥିଲେ। ତେବେ ଏହାକୁ ଅଧ୍ୟକ୍ଷ ମନା କରିଦେଇଥିଲେ। ଏହାପରେ ବିରୋଧୀ ଦଳ ସଦସ୍ୟମାନେ ଗୃହତ୍ୟାଗ କରିଥିଲେ। ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ଅଧ୍ୟକ୍ଷ ୩ ଥର ଗୃହକୁ ସ୍ଥଗିତ ରଖିଥିଲେ। ଏହାପରେ ୧୨ଟା ୩୦ରୁ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟ ପୂର୍ବପରି ପାଟିତୁଣ୍ଡ ଜାରି ରଖିଥିଲେ। ପରେ ଅଧ୍ୟକ୍ଷଙ୍କ ପକ୍ଷରୁ ଗୃହର କାର୍ଯ୍ୟକୁ ବୁଧବାର ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରାଯାଇଥିଲା।

Share