Categories: ଜାତୀୟ

ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ରାଜ୍ୟ ସଭା, ଲୋକ ସଭା ସ୍ଥଗିତ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସମୟରେ ରାଜ୍ୟ ସଭାର ପ୍ରକ୍ରିୟା ମଙ୍ଗଳବାର ଅପରାହ୍ନ ୨.୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ବେଳେ ଲୋକ ସଭା ଅପରାହ୍ନ ୧.୧୫ ଯାଏ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ, ସୋମବାରଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି।

ଅନ୍ୟପଟେ, ମୋଦି ସରକାରଙ୍କ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ସଂସଦ ଏନେକ୍ସି ବିଲଡିଂରେ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।

Share