Categories: ଜାତୀୟ

ପଞ୍ଚଭୂତରେ ବିଲୀନ ରାଜ୍ୟସଭା ଏମ୍‌ପି

ନୂଆଦିଲ୍ଲୀ,୩।୮: ପଞ୍ଚଭୂତରେ ବିଲୀନ ହେଲେ ରାଜ୍ୟସଭା ଏମ୍‌ପି ଅମର ସିଂହ। ସୋମବାର ଦିଲ୍ଲୀ ଛତ୍ରପୁର ସ୍ଥିତ ଶ୍ମଶାନ ଘାଟରେ ଅମର ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅମର ସିଂହଙ୍କ ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଇଥିଲେ। କରୋନା ଭାଇରସ୍‌ ଯୋଗୁ ଅନ୍ତିମ ସଂସ୍କାରରେ ହାତଗଣତି ଲୋକ ସାମିଲ ହୋଇଥିବା ଜଣାପଡ଼ିଛି। ଶେଷକୃତ୍ୟ ସମୟରେ ତାଙ୍କ ପତ୍ନୀ ପଙ୍କଜା ସିଂହ, ୨ଝିଅ ଓ ଅଭିନେତ୍ରୀ ତଥା ଭାଜପା ନେତ୍ରୀ ଜୟପ୍ରଦା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ୬ମାସରୁ ସିଙ୍ଗାପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଅମର ସିଂହଙ୍କ ଅଗଷ୍ଟ ୧ରେ ପରଲୋକ ଘଟିଥିଲା। ରବିବାର ସନ୍ଧ୍ୟାରେ ଏକ ଚାର୍ଟାଡ ବିମାନ ଜରିଆରେ ତାଙ୍କ ପାର୍ଥିବ ଶରୀରକୁ ସିଙ୍ଗାପୁରରୁ ଦିଲ୍ଲୀକୁ ଅଣାଯାଇଥିଲା। ଏହାପରେ ଛତ୍ରପୁର ସ୍ଥିତ ଫାର୍ମ ହାଉସରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଚଳି ଦିଆଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ବାଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେହିପରି ଭାଜପାର ରାଜ୍ୟସଭା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଛତ୍ରପୁର ସ୍ଥିତ ଫାର୍ମ ହାଉସ୍‌ରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Share