ଆଦିବାସୀ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟ ସଭା ଏମ୍‌ପି

ପାଟଣାଗଡ, ୩୦।୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ବ୍ଲକ ମୁଣ୍ଡାପଲା ଗାଁରେ ଅଖିଳ ଭାରତୀୟ ଗଣ୍ଡାୱାନ (ଗଣ୍ଡ) ସମାଜର ଆଦିବାସୀ ଭବନର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଏହି ଆଦିବାସୀ ଭବନଟି ଏମପି ଲାଣ୍ଡ ରାଜ୍ୟ ସଭା ଏମ୍‌ପି ପାଣ୍ଠିରୁ ୪ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ଏମ୍‌ପି ନିରଞ୍ଜନ ବିଶି ଯୋଗଦେଇଥିଲେ। ଏହି ଆଦିବାସୀ ଭବନଟି ନିର୍ମାଣ ହେଲେ ସମସ୍ତଙ୍କ ପାଇଁ ସୁବିଧା ଓ ଭଲ ହେବବୋଲି ସମାଜର କର୍ମକର୍ତ୍ତାମାନେ କହିଛନ୍ତି । କାର୍ଯ୍ୟକ୍ରମରେ ମୁଣ୍ଡାପଲା ସର୍କଲ ସଭାପତି ଗୁଲେଖ ଧରୁଆ ଓ ସମ୍ପାଦକ ତପି କୁମୁରା , ଚମ୍ପେଶ୍ୱର ଧରୁଆ , ଧନଜୟ ଭୋଇ , ଭୀଷ୍ମ ମଲ୍ଲିକ , ଚନ୍ଦ୍ର ସଲତର , ରଘୁନାଥ ମଲ୍ଲିକ ଙ୍କ ସମେତ ସମାଜର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Share