Advertisement

ରାଜ୍ୟ ସଭାରେ ୩ ଆପରାଧିକ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୧ା୧୨: ଆପରାଧିକ ଆଇନ ସଂଶୋଧନ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଥିବାବେଳେ ଗୁରୁବାର ଏହା ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ବିରୋଧୀ ଏମ୍‌ପିମାନଙ୍କ ଅନୁପସ୍ଥିତରେ ଉଚ୍ଚ ସଦନରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ବିଲ୍‌ ଧ୍ୱନିମତରେ ପାରିତ ହୋଇଯାଇଛି। ବିଲ୍‌ ଆଇନରେ ପରିଣତ ହେବା ପରେ ଉପନିବେଶୀୟ ଯୁଗର ଆପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି), କୋଡ୍‌ ଅଫ୍‌ କ୍ରିମିନିାଲ ପୋସିଜିଓର ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ସ୍ଥାନରେ କାର୍ଯ୍ୟକାରୀ ହେବ। ଏଥିରେ ଭିଡ଼ହିଂସା, ଆତଙ୍କବାଦ ଏବଂ ଜାତୀୟ ସୁରକ୍ଷା ପ୍ରତି ଅପରାଧ ଭଳି ଅପରାଧରେ ଦଣ୍ଡକୁ ବଢ଼ାଇ ଦିଆଯାଇଛି। ନୂଆ ଆପରାଧିକ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ଆମ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ’ରେ ପୋଷ୍ଟ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share