Categories: ଜାତୀୟ

ରାଜ୍ୟ ସଭା ଅଚଳ: ବିରୋଧୀ କଲେ ଗୃହ ତ୍ୟାଗ, ଉପବାସ ପାଇଁ ଅନୁମତି ଲୋଡ଼ିଲେ ହରିବଂଶ

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ ଏବେ ଗୃହ ଅଚଳ ହୋଇପଡ଼ିଛି। କଂଗ୍ରେସ ସମତେ ଅନ୍ୟ ବିରୋଧୀ ଦଳ ମଙ୍ଗଳବାର ଗୃହ ତ୍ୟାଗ କରିଛନ୍ତି। ନିଲମ୍ବନ ଆଦେଶ ଉଠାଇ ନେବାକୁ ବିରୋଧୀ ସଦସ୍ୟ ଦାବି କରିଛନ୍ତି। ଏମ୍‌ପିମାନଙ୍କ କାର୍ଯ୍ୟରେ ମର୍ମାହତ ହୋଇ ଉପ ବାଚସ୍ପତି ହରିବଂଶ ୨୪ ଘଣ୍ଟିଆ ଉପବାସ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ରାଜ୍ୟ ସଭା ବାଚସ୍ପତି ଭେଙ୍କୟା ନାଇଡୁଙ୍କ ମତ ଲୋଡ଼ିଛନ୍ତି। ଏନେଇ ସେ ଉଭୟଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ଏମ୍‌ପିମାନଙ୍କ ଏଭଳି ପ୍ରଦର୍ଶନ ଯୋଗୁ ସେ ଦୁଇ ରାତି ଶୋଇ ପାରିନାହାନ୍ତି। ତାଙ୍କର ସମ୍ମାନହାନୀ ହୋଇଥିବାବୋଲି ମନେ ହେଉଛି। ତେଣୁ ମାନସିକସ୍ତରରେ ସଶକ୍ତ ରହିବା ଲାଗି ସେ ଆତ୍ମଶୁଦ୍ଧି ଉପବାସ କରିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ବାଚସ୍ପତି ହରିବଂଶଙ୍କୁ ପ୍ରଶଂସା କରିଛନ୍ତି। ଅପରପକ୍ଷରେ ଗୃହର ଗାରିମା କ୍ଷୂର୍ଣ୍ଣ ହେବା ଭଳି କାର୍ଯ୍ୟରୁ ବିରତ ରହିବାକୁ ବିରୋଧୀ ଦଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

Share