ଆଗକୁ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ: ନବୀନଙ୍କ ସହଯୋଗ ଲୋଡ଼ିଲେ ନୀତିଶ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଆଗକୁ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ। ଉପାଧ୍ୟକ୍ଷ ପଦ ପାଇଁ ଜେଡିୟୁ ପକ୍ଷରୁ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ତାଙ୍କୁ ସମର୍ଥନ କରିବାକୁ ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଲୋଚନା କରିଥିବା ସୂଚନା ମିଳିଛି। ବିଜେଡି ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରୁ ବୋଲି ସେ ନବୀନଙ୍କୁ କହିଛନ୍ତି। ତେବେ ଗତ ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁକୁ ବିଜେଡି ସମର୍ଥନ କରିଥିଲା। ହେଲେ ଚଳିତ ଥର ବିଜେଡିର ଆଭିମୁଖ୍ୟ କ’ଣ ରହିବ ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Share