ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ: ବିଜେଡିକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର୧୫।୯(ବ୍ୟୁରୋ): ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଏନ୍‌ଡିଏକୁ ବିଜେଡି ସମର୍ଥନ ଘୋଷଣା ପରେ ସେମାନଙ୍କ ଅସଲ ରୂପ ଧରାପଡ଼ିଯାଇଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଏନ୍‌ଡିଏ ପକ୍ଷରୁ ଜେଡି(ୟୁ) ଏମ୍‌ପି ହରିବଂଶ ନାରାୟଣ ସିଂଙ୍କୁ ପ୍ରାର୍ଥୀ କରାଯାଇଥିଲା। ମିଳିତ ବିରୋଧୀଙ୍କ ପକ୍ଷରୁ ଆର୍‌ଜେଡି ଏମ୍‌ପି ମନୋଜା ଝା ସଦସ୍ୟ ହୋଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ସଦସ୍ୟ ହରିବଂଶଙ୍କୁ ସମର୍ଥନ ଦେଇଛନ୍ତି। ଅନ୍ୟପକ୍ଷରେ ହରିବଂଶ ମଧ୍ୟ ରାଜ୍ୟ ସଭା ଉପାଧ୍ୟକ୍ଷ ମନୋନୀତ ହୋଇଛନ୍ତି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ଶାସକ ବିଜେଡିକୁ କଡ଼ା ସମାଲୋଚନା କରାଯାଇଛି।
ଅତୀତରେ ବିମୁଦ୍ରୀକରଣ, ରାଜ୍ୟ ସଭା ନିର୍ବାଚନ ଆଦି ଅନେକ କ୍ଷେତ୍ରରେ ଭାଜପାକୁ ବିଜେଡି ସମର୍ଥନ କରିବା ସହ ସମଦୂରତା କଥା କହୁଥିଲା। ଏଥିରୁ ସ୍ପଷ୍ଟ ହୋଇଛି, ବିଜେଡି ସମୂହଭାବେ ଭାଜପା ସହିତ ଅଛି। ତାଙ୍କ ନିର୍ଦ୍ଦେଶରେ ବିଜେଡି ଚାଲିଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Share