Advertisement

ରାଜଯୋଗିନୀ ହୃଦୟମୋହିନୀଙ୍କ ପରଲୋକ

ମାଉଣ୍ଟଆବୁ,୧୧।୩: ରାଜସ୍ଥାନର ମାଉଣ୍ଟଆବୁଠାରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ହୃଦୟମୋହିନୀଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ ଧୀର୍ଘଦିନ ଦିନ ଅସୁସ୍ଥ ଥିଲେ। ମୁମ୍ବାଇର ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ତାଙ୍କ ପାର୍ଥିବ ଶରୀରକୁ ବିମାନ ଯୋଗେ ମାଉଣ୍ଟଆବୁ ନିଆଯିବା ପରେ ପରବର୍ତ୍ତୀ କାର୍ଯ୍ୟଧାରା ନେଇ ଯୋଜନା କରାଯିବ ବୋଲି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୂଚନା ଦିଆଯାଇଛି। ପ୍ରଜାପିତା ବ୍ରହ୍ମାକୁମାରୀ ସଦସ୍ୟମାନେ ତାଙ୍କୁ ଶ୍ରଦ୍ଧାରେ ଦାଦି ଗୁଲଜାର କହୁଥିଲେ। ଗତ ୫୦ ବର୍ଷ ଧରି ସେ ପରମାତ୍ମାଙ୍କ ସନ୍ଦେଶର ପ୍ରଚାର ପୃଥିବୀରେ ଜାରି ରଖିଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଶୋକ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share