Categories: ଜାତୀୟ

ରାକେଶ ଆସ୍ଥାନା ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ, ୧୮ା୮: ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ନୂତନ ବିଏସ୍‌ଏଫ୍‌ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ସେ ୨୦୨୧ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ଗୁଜରାଟ କ୍ୟାଡରର ଏହି ଅଧିକାରୀ ଏବେ ବ୍ୟୁରୋ ଅଫ୍‌ ସିଭିଲ ଆଭିଏଶନ ସିକ୍ୟୁରିଟି(ବିସିଏଏସ୍‌)ର ନେତୃତ୍ୱ ନେଉଛନ୍ତି। ଆସ୍ଥାନାଙ୍କ ବ୍ୟାଚ୍‌ମେଟ ଏସ୍‌.ଏସ୍‌. ଦେଶଓ୍ବାଲ ଗତ ମାର୍ଚ୍ଚରୁ ବିଏସ୍‌ଏଫ୍‌ର ଅତିରିକ୍ତ ଡିଜି ଦାୟିତ୍ୱରେ ଅଛନ୍ତି। ଚାଇନା ଓ ପାକିସ୍ତାନ ସୀମାରେ ପରିସ୍ଥିତି ବିଗିଡ଼ୁଥିବାରୁ ଆସ୍ଥାନାଙ୍କ ଗୁରୁଦାୟିତ୍ୱ ବଢ଼ିଯାଇଛି। ଜଣେ ଦକ୍ଷ ତଦନ୍ତ ଅଧିକାରୀ ଭାବେ ଆସ୍ଥାନା ବେଶ୍‌ ପରିଚିତ। ବହୁ ହାଇପ୍ରୋଫାଇଲ ମାମଲାର ସେ ତଦନ୍ତ କରିଛନ୍ତି।

Share