Categories: ବାଣିଜ୍ୟ

ରାକେଶ ଶର୍ମା ଆଇଏନ୍‌ଏସ୍‌ର ସଭାପତି

ନୂଆଦିଲ୍ଲୀ,୨।୧୦: ଦେଶର ପ୍ରମୁଖ ସଙ୍ଗଠନ (ଆପେକ୍ସ ବଡି ଅଫ୍‌ ନ୍ୟୁଜପେପର, ମାଗାଜିନ୍‌ସ ଏବଂ ପିରିଓଡିକାଲ୍‌ସ) ଦି ଇଣ୍ଡିଆନ ନ୍ୟୁଜପେପର ସୋସାଇଟି (ଆଇଏନ୍‌ଏସ୍‌) ର ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ତଥା ସଂଗଠକ ରାକେଶ ଶର୍ମା (ଆଜ ସମାଜ) ୨୦୨୩-୨୪ ବର୍ଷ ପାଇଁ ନବ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଏନ୍‌ଏସ୍‌ର ୮୪ତମ ବାର୍ଷିକ ସାଧାରଣ ବୈଠକ (ଆନୁଆଲ ଜେନେରାଲ ମିଟିଂ ବା ଏଜିଏମ) ଭିସି ଜରିଆରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ସଙ୍ଗଠନର ବାର୍ଷିକ କାର୍ଯ୍ୟକ୍ରମ ଓ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପରିଶେଷରେ ୨୦୨୩-୨୪ ବର୍ଷ ପାଇଁ ଏକ ନୂତନ କମିଟି ସର୍ବସମ୍ମତିରେ ଗଠନ କରାଯାଇଥିଲା। ଉକ୍ତ କିମିଟରେ ରାକେଶ ଶର୍ମା (ଆଜ ସମାଜ) ସଭାପତି ଭାବେ ନିର୍ବାଚିତ ହୋଇଥିଲାବେଳେ ଏମ. ଭି. ଶ୍ରେୟମାସ କୁମାର (ମାତୃଭୂମି) ଡେପୁଟି ପ୍ରେସିଡେଣ୍ଟ ହୋଇଛନ୍ତି। ସେହିଭଳି ବିବେକ ଗୁପ୍ତା (ସନମାର୍ଗ) ଭାଇସ ପ୍ରେସିଡେଣ୍ଟ ହୋଇଥିବାବେଳେ ତନ୍ମୟ ମାହେଶ୍ୱରୀ (ଅମର ଉଜାଲା) ଅନରାରୀ ଟ୍ରେଜରର ଭାବେ ୨୦୨୩-୨୪ ବର୍ଷ ପାଇଁ ନବନିର୍ବାଚିତ ହୋଇଛନ୍ତି।

ଅପରପକ୍ଷରେ ଆଇଏନ୍‌ଏସ୍‌ର ସାଧାରଣ ସମ୍ପାଦକ ଭାବେ ମୟୂର ପାଲ ନିର୍ବାଚିତ ହୋଇଥିଲାବେଳେ ଏକ ୪୧ ଜଣିଆ ଆଇଏନ୍‌ଏସ୍‌ ଇସି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଏନ୍‌ଏସ୍‌ର ପୂର୍ବତନ ସଭାପତି କେ. ରାଜା ପ୍ରସାଦ ରେଡ୍ଡୀ (ସାକ୍ଷୀ)ଙ୍କ ସ୍ଥାନରେ ରାକେଶ ଶର୍ମା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ରାକେଶ ଶର୍ମା ଆଇଏନ୍‌ଏସ୍‌ର ଡେପୁଟି ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ।

Share