Categories: ଜାତୀୟ

ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି ସରକାର: ରାକେଶ ଟିକାଏତ

ମିରଠ,୪ ।୬: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାଏତ ମିରଠର କଙ୍ଗରଖେଡାରେ କୃଷକ ପଞ୍ଚାୟତରେ କୃଷକ ଓ କର୍ମୀଙ୍କୁ ସମ୍ବୋଧନ ଦେବା ଅବସରରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ସରକାର ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି । କର୍ନାଟକରେ ହୋଇଥିବା ଆକ୍ରମଣ ଜାଣିଶୁଣି କରାଯାଇଥିବା ସେ କହିଛନ୍ତି । ଦିଲ୍ଲୀରେ ବିପିନ ରାୱତଙ୍କ ଘରେ ବି ହତ୍ୟା ଯୋଜନା କରାଯାଇଥିବା ସେ କହିଛନ୍ତି । ଟିକାଏତ କହିଛନ୍ତି ଏବେ ସରକାରଙ୍କ ସହ ଲଢିବାର ସମୟ ନୁହେଁ ବରଂ ଆପୋସ ସମାଧାନ ଚାହୁଁଛନ୍ତି କୃଷକ । ଟିକାଏତ ପରିବାର ସବୁବେଳେ କୃଷକଙ୍କ ପାଇଁ ସ୍ୱର ଉାତ୍ତାଳନ କରୁଛି ଓ କରୁଥିବ ବି ।
ନିର୍ବାଚନ ପୂର୍ବରୁ ଯେଉଁ ସରକାର ମାଗଣା ବିଜୁଳୀ ଦେବା କଥା କହିଥିଲେ ଆଜି ସେ ନଳକୂପରେ ମିଟର ଲଗାଇ କୃଷକଙ୍କର ଉତ୍ପିଡନ କରୁଛନ୍ତି । ୧୦ ବର୍ଷରୁ ଅଧିକ ସମୟ ଟ୍ରାକ୍ଟରକୁ ବନ୍ଦ କରି ଦିଆଯାଉଛି । ସେଥିପାଇଁ ସଙ୍ଗଠନ ଲଢେଇ କରୁଛି ବୋଲି ସେ କହିଛନ୍ତି ।

Share