Categories: ଜାତୀୟ

‘ଓୱାଇସି-ଭାଜପା ସମ୍ପର୍କ ମାମୁ-ଭଣଜା ଭଳି’

ଲକ୍ଷ୍ନୌ,୨୨।୧୧: କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାଏଟ କୃଷକ ମହାପଞ୍ଚାୟତରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସୋମବାର କୃଷକ ମହାପଞ୍ଚାୟତ ପୂର୍ବରୁ ସିଏଏ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ରାକେଶ ଟିକାଏତ କହିଛନ୍ତି ଯେ, ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସି ଏବଂ ଭାଜପା ମଧ୍ୟରେ ସମ୍ପର୍କ ମାମୁ-ଭଣଜା ଭଳି। ଯଦି ସେ କୁହନ୍ତି ତେବେ ଭାଜପା ମଧ୍ୟ ସିଏଏ ପ୍ରତ୍ୟାହାର କରିବ। ତେଣୁ ଏନେଇ କେବଳ ଟିଭିରେ ଆଲୋଚନା ନ କରି, ଭାଜପା ସହିତ ସିଧାସଳଖ କଥା ହେବା ଉଚିତ୍‌ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,କୃଷି ନିୟମକୁ ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଅସଦୁଦ୍ଦିନ ଓୱାଇସି ମଧ୍ୟ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଏବଂ ଜାତୀୟ ନାଗରିକ ଅଧିନିୟମ(ଏନଆରସି)କୁ ବାତିଲ କରାଯିବା ଉଚିତ୍‌ ବୋଲି କହିଥିଲେ।

Share