Categories: ଖେଳ

ପାର୍କରେ ହଳ କରି ଫସଲ ଅମଳ କରିବେ କୃଷକ: ରାକେଶ ଟିକାଏତ

ନୂଆଦିଲ୍ଲୀ,୨୪।୨: ଯଦି କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ଏଥର ସଂସଦକୁ ଘେରିବାକୁ ଆହ୍ବାନ ଦିଆଯିବ ଏବଂ ଚାରି ଟ୍ରାକ୍ଟର ନୁହେଁ, ଚାରି ଲକ୍ଷ ଟ୍ରାକ୍ଟର ଏଥିରେ ସାମିଲ ହେବ ବୋଲି କୃଷକ ନେତା ରାକେଶ ଟିକାଏତ କହିଛନ୍ତି। ରାଜସ୍ଥାନର ସିକରରେ ୟୁନାଇଟେଡ କିସାନ ମୋର୍ଚ୍ଚାର କିସାନ ମହାପାଞ୍ଚାୟତକୁ ସମ୍ବୋଧିତ କରି ସେ କୃଷକମାନଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ସେ କହିଛନ୍ତି ଯେ କାନ ଖୋଲି ଶୁଣି ନିଅ କୃଷକମାନେ ସେଠାରେ ଅଛନ୍ତି, ଟ୍ରାକ୍ଟର ବି ରହିବ। କିନ୍ତୁ ଏଥର ସଂସଦ ପାଇଁ ଆହ୍ବାନ ହେବ। କୃଷକମାନେ ଇଣ୍ଡିଆ ଗେଟ ନିକଟରେ ଥିବା ପାର୍କରେ ହଳ କରିବେ ଏବଂ ଫସଲ ମଧ୍ୟ ଅମଳ କରିବେ। ଏହା ବ୍ୟତୀତ ରାକେଶ ଟିକାଏଟ କହିଛନ୍ତି ଯେ ସଂସଦକୁ ଘେରିବାକୁ ୟୁନାଇଟେଡ ଫ୍ରଣ୍ଟ ଦ୍ୱାରା ତାରିଖ ସ୍ଥିର ହେବ। ସୂଚନାଯୋଗ୍ୟ, ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କୃଷକମାନେ ପ୍ରାୟ ୯୦ ଦିନ ହେବ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି ।

Share