Categories: ଜାତୀୟ

ନଭେମ୍ବର ୨୬ ପରେ ଗାଁ ଛାଡି ଦିଲ୍ଲୀର ୪ସୀମାରେ ପହଞ୍ଚିବେ କୃଷକ: ରାକେଶ ଟିକାଏତ

ନୂଆଦିଲ୍ଲୀ,୧ ।୧୧: ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାଏତ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି କେନ୍ଦ୍ର ସରକାରଙ୍କ ପାଖରେ ୨୬ ନଭେମ୍ବର ପର୍ଯ୍ୟନ୍ତ ସମୟ ଅଛି । ଏହାପରେ କୃଷକମାନେ ଗାଁ ଛାଡି ଦିଲ୍ଲୀର ୪ ସୀମରେ ଟ୍ରାକ୍ଟର ଯୋଗେ ଆନ୍ଦୋଳନ କରିବେ ଓ ସେଠାକାର ତମ୍ଭୁ ମଜଭୁତ କରିବେ । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂା କୃଷି ଆଇନକୁ ନେଇ କୃଷକମାନେ ପ୍ରାୟ ବଷେଁ ହେବ ଆନ୍ଦୋଳନରେ ବସିଥିବା ବେଳେ ସରକାର ଏହାକୁ ପ୍ରତ୍ୟାହାର କରିବେ ନାହିଁ ବୋଲି ଅଡି ବସିଥିବା ବେଳେ କ୍ୟଷକମାନେ ଏହାର ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି । ଏହାକୁ ନେଇ ବେଳକୁ ବେଳ ନୂଆ ନୂଆ ଆନ୍ଦୋଳନର ରୁପ ଦେଖାଯାଉଥିବା ବେଳେ ସମାଧାନର କୌଣସି ବାଟ ଦେଖାଯାଉନାହିଁ ।

Share