Categories: ଜାତୀୟ

କୃଷକ ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ନମ୍ବର ମାଗୁଛନ୍ତି କୃଷକ ନେତା

ନୂଆଦିଲ୍ଲୀ,୬ ।୨: କେନ୍ଦ୍ର କୃଷି ଆଇନର ବିରୋଧ କରି ଆଜକୁ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଆନ୍ଦୋଳନରେ ବସିଛନ୍ତି କୃଷକ । କେନ୍ଦ୍ର ସରକାରଙ୍କ ସହ କଥା ହୋଇଥିଲେ ବି ଏହାର କୌଣସି ସମାଧାନ ଏପର୍ଯ୍ୟନ୍ତ ବାହାରି ପାରୁ ନାହିଁ । ଏବେ କୃଷକ ନେତା ରାକେଶ ଟିକାଏତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟେଲିଫୋନ୍ ନମ୍ବର ମାଗିଛନ୍ତି ଓ କହିଛନ୍ତି ମୋଦି ତାଙ୍କ ନମ୍ବର ଦେଲେ କୃଷକମାନେ ତାଙ୍କ ସହ କଥା ହେବାକୁ ଅପେକ୍ଷା ରଖିଛନ୍ତି । ସୂଚନାଯୋଗ୍ୟ, ନିକଟରେ ମୋଦି ସର୍ବଦଳୀୟ ବୈଠକରେ କହିଥିଲେ କି ଏବେ ତାଙ୍କ ସରକାର କୃଷକଙ୍କ ସହ କଥା ହେବାକୁ ମାତ୍ର ଗୋଟିଏ ଫୋନ୍ କଲ୍ ଦୂରତାରେ ରହିଛି । ମୋଦି ଆହୁରି ମଧ୍ୟ କହିଥିଲେ କି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ କୃଷକନେତା ଯେତେବେଳେ ଚାହିଁବେ ଫୋନ କରି କଥା ହୋଇ ପାରିବେ । ହେଲେ ଟିକାଏତ୍ କହିଛନ୍ତି ମୋଦି ତାଙ୍କ ନମ୍ବର ଦେଲେ ସେ ସିଧାସଳଖ ତାଙ୍କ ସହ କଥା ହେବେ । ଟିକାଏତ୍ ଦିଲ୍ଲୀ ଓ ଉତ୍ତରପ୍ରଦେଶ ମଧ୍ୟରେ ଗାଜିପୁର ସୀମାରେ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ।

Share