Categories: ଜାତୀୟ

ପୁଣି ଆନ୍ଦୋଳନ ଚେତାବନୀ ଦେଲେ କୃଷକ ନେତା

ମୁଜାଫରନଗର,୭।୪: ଭାରତୀୟ କୃଷକ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଏତ୍‌ ପୁଣିଥରେ କୃଷକ ଆନ୍ଦୋଳନ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସରକାର ଭୁଲିଯାଇଛନ୍ତି। ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ସେ ଚାଷୀଙ୍କୁ କହିଛନ୍ତି। ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ବ୍ୟତୀତ ସରକାର ଆହୁରି ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ସର୍ବନିମ୍ନ ସହାୟତା ମୂଲ୍ୟ ଗ୍ୟାରେଣ୍ଟି ଆଇନ, ଉପଯୁକ୍ତ ମୂଲ୍ୟରେ ବିଦ୍ୟୁତ, ଜଳସେଚନ ଭଳି ପ୍ରତିଶୃତି ଦିଆଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ପୂରଣ ହୋଇ ନାହିଁ। ଆନ୍ଦୋଳନର ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ, କିନ୍ତୁ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।
ଅନ୍ୟପକ୍ଷରେ କୃଷକ ୟୁନିଅନର ସଭାପତି ରାଜଭୀର ସିଂ ଜାଦୌନ ମଧ୍ୟ କୃଷକମାନଙ୍କୁ ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି ଏବଂ ସେମାନଙ୍କୁ ପୁଣିଥରେ ଦୀର୍ଘ ସଂଗ୍ରାମ କରିବାକୁ ପଡ଼ିବ ବୋଲି କହିଛନ୍ତି।

Share