Categories: ଜାତୀୟ

ସରକାରଙ୍କୁ ଘେରିଲେ ଚାଷୀ ନେତା

ନୂଆଦିଲ୍ଲୀ,୭।୫: ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ତଥା ଭାଜପା ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଭାରତର କେତେକ ବରିଷ୍ଠ କୁସ୍ତିଯୋଦ୍ଧା ଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନକୁ ରବିବାର ୧୪ ଦିନ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏପରିକି କୁସ୍ତିଯୋଦ୍ଧା କୋର୍ଟର ଦ୍ବାରସ୍ଥ ହେବା ପରେ ବ୍ରିଜଭୂଷଣଙ୍କ ନାମରେ ମାମଲା ରୁଜୁ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫ କରାଯାଇ ନାହିଁ। ଏଭଳିସ୍ଥିତିରେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ଚାଷୀ ନେତା ରାକେଶ ଟିକାୟତ ଯନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହି ଅବସରରେ ଟିକାୟତ ମୋଦି ସରକାରଙ୍କୁ ଟାର୍ଗେଟ କରି ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦେଶର ସମ୍ମାନ ରହୁଥିବା କୁସ୍ତିଯୋଦ୍ଧାଙ୍କୁ ଏଭଳି ପରିସ୍ଥିତି ଦେଇ ଗତି କରିବା ଗ୍ରହଣୀୟ ନୁହେଁ ବୋଲି ଟିକାୟତ କହିଛନ୍ତି।

Share