Categories: ଫୁରସତ

ରାଶି ଅନୁଯାୟୀ ରାଖୀର ରଙ୍ଗ: ଜାଣନ୍ତୁ କେଉଁ ରଙ୍ଗର ରାଖୀ ଆପଣଙ୍କ ଭାଇ ପାଇଁ ହେବ ଶୁଭ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପ୍ରତି ରାଶିର ଶୁଭ ରଙ୍ଗ ରହିଥାଏ। ତେଣୁ ରାଖୀ ପୂର୍ଣ୍ଣିମାରେ ନିଜ ଭାଇର ରାଶି ଅନୁଯାୟୀ ଶୁଭ ରଙ୍ଗର ରାଖୀ ବାନ୍ଧନ୍ତୁ …
*ମେଷ: ଏହି ରାଶି ପାଇଁ ନାଲି ରଙ୍ଗ ଶୁଭ। ମେଷ ରାଶି ଥିବା ଭାଇ ହାତରେ ନାଲି ରଙ୍ଗର ରାଖୀ ବାନ୍ଧନ୍ତୁ; ଯାହା ସମ୍ପର୍କକୁ ନିବିଡ଼ କରିବା ସହ ଭାଇର ଆତ୍ମବିଶ୍ୱାସ ବଢ଼ାଇଥାଏ।
*ବୃଷ: ଧଳା, ନୀଳ, ବାଇଗଣୀ ରଙ୍ଗ ଏହି ରାଶି ପାଇଁ ଭଲ। ଏହା ଭାଇର ଜୀବନରେ ସୁଖଶାନ୍ତି ଆଣିଥାଏ।
*ମିଥୁନ: ସବୁଜ ରଙ୍ଗର ରାଖୀ ଏହି ରାଶିର ଭାଇଙ୍କ ପାଇଁ ଶୁଭ। ଏହା ସେମାନଙ୍କ ବୁଦ୍ଧି ଓ ଚିନ୍ତାଶକ୍ତିକୁ ପ୍ରଖର କରିଥାଏ।
*କର୍କଟ: ଏହି ରାଶିର ଭାଇମାନଙ୍କୁ ଧଳା ରଙ୍ଗର ରାଖୀ ବାନ୍ଧିଲେ ଭଉଣୀଭାଇ ସମ୍ପର୍କ ଦୃଢ଼ହେବା ସହ ସୁଖଶାନ୍ତି ବୃଦ୍ଧିପାଏ।
*ସିଂହ: ହଳଦିଆ ରଙ୍ଗର ରାଖୀ ଏହି ରାଶିର ଭାଇମାନଙ୍କ ଜୀବନରେ ସକାରାତ୍ମକ ଭାବନା ଆଣିଥାଏ।
*କନ୍ୟା: ଏହି ରାଶିର ଭାଇଙ୍କ ପାଇଁ ବି ସବୁଜ ରଙ୍ଗର ରାଖୀ ବାନ୍ଧିବା ଶୁଭ।
*ତୁଳା: ଗୋଲାପୀ ରଙ୍ଗର ରାଖୀ ତୁଳା ରାଶିର ଭାଇଙ୍କ ହାତରେ ବାନ୍ଧନ୍ତୁ।
*ବିଛା: ଏହି ରାଶିର ଭାଇଙ୍କୁ ମେରୁନ୍‌ ଅଥବା ନାଲିରଙ୍ଗର ରାଖୀ ବାନ୍ଧିବା ଶୁଭ।
*ଧନୁ: ହଳଦିଆ ରଙ୍ଗର ରାଖୀ ଏହି ରାଶିର ଭାଇଙ୍କୁ ବାନ୍ଧିଲେ ତାଙ୍କର ଜ୍ଞାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଏ।
*ମକର: ନୀଳରଙ୍ଗର ରାଖୀ ଏହି ରାଶିର ଭାଇଙ୍କୁ ବାନ୍ଧିଲେ ସେମାନଙ୍କ ଧୈର୍ଯ୍ୟଶକ୍ତି ବଢ଼ିଥାଏ।
* କୁମ୍ଭ: ଗାଢ଼ ସବୁଜ ରଙ୍ଗର ରାଖୀ ଏହି ରାଶିର ଭାଇଙ୍କ ପାଇଁ ଶୁଭ।
* ମୀନ: ହଳଦିଆ ରଙ୍ଗର ରାଖୀ ଏହି ରାଶିର ଭାଇଙ୍କୁ ବାନ୍ଧିଲେ ତାଙ୍କର ଜ୍ଞାନ ଓ ଧନ ବୃଦ୍ଧିପାଏ।

Share