ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା। ଏହିଦିନ ଭଉଣୀ ଭାଇ ହାତରେ ରେଶମର ଡୋରି ବାନ୍ଧି ଆଜୀବନ ସୁରକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ନେଇଥାଏ। ତେବେ ରାଶି ଅନୁସାରେ ଯଦି ଭାଇଙ୍କ ହାତରେ ରାଖୀ ବାନ୍ଧିବେ ଭାଇଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ବୋଲି ବାସ୍ତୁ ଶାସ୍ତ୍ର କହେ…
ମେଷ ରାଶି- ଭାଇଙ୍କ ରାଶି ମେଷ ହୋଇଥିଲେ ଲାଲ, ନାରଙ୍ଗି କିମ୍ବା ଗୋଲ୍ଡେନ୍ କଲର୍ ରାଖୀ ପିନ୍ଧାଇବା ଭଲ।
ବୃଷ ରାଶି-ସିଲ୍ଭର୍, ନୀଳ କିମ୍ବା ବାଦାମୀ ରଙ୍ଗର ରାଖୀ ଅବା ରୁପା ରାଖୀ ବାଛିପାରିବେ।
ମିଥୁନ ରାଶି- ସବୁଜ ରଙ୍ଗର ସବୁ ଶେଡ୍ସ ଏହି ରାଶି ପାଇଁ ଭଲ।
କର୍କଟ ରାଶି- ମୋତି କିମ୍ବା ଚମକଦାର୍ ଓ ହାଲ୍କା ବାଦାମୀ ରଙ୍ଗର ରାଖୀ ଏହି ରାଶି ପାଇଁ ଭଲ।
ସିଂହ ରାଶି- ଏହି ରାଶି ପାଇଁ ନାରଙ୍ଗୀ, ସବୁର୍ଣ୍ଣ ରଙ୍ଗ କିମ୍ବା ହଳଦିଆ ରଙ୍ଗର ରାଖୀ ବାଛିପାରିବେ।
କନ୍ୟା ରାଶି- ସବୁଜ କିମ୍ବା ରାମା ଗ୍ରୀନ୍ ରାଖୀ ପିନ୍ଧାଇପାରିବେ।
ତୁଳା ରାଶି- ଡାଇମଣ୍ଡ, ଜରଦୋଜୀ ଅଥବା ବହୁତ ସଜ୍ଜା ଯାଇଥିବା ମଲ୍ଟି କଲର୍ର ରାଖୀ ବାନ୍ଧି ପାରିବେ।
ବିଛା ରାଶି-ମାଜେଣ୍ଟା, ଗୋଲାପୀ, କମଳା ରଙ୍ଗର ରାଖୀ ଆଣିପାରିବେ।
ଧନୁ ରାଶି- ବ୍ରାଇଟ୍ ହଳଦିଆ ରଙ୍ଗ ବା ହଳଦିଆ ରଙ୍ଗର ରାଖୀ ଏହି ରାଶି ପାଇଁ ଭଲ।
ମକର ରାଶି- ପର୍ପଲ,ଗାଢ ଗୋଲାପୀ ଅବା ଗାଢ ନୀଳ ରଙ୍ଗର ରାଖୀ କିଣିପାରିବେ।
କୁମ୍ଭ ରାଶି- ନୀଳ ରଙ୍ଗର ଯେକୌଣସି ଶେଡ୍ସର ରାଖୀ ଭାଇଙ୍କୁ ପିନ୍ଧାଇପାରିବେ।
ମୀନ ରାଶି- କେଶରୀ, ହଳଦିଆ କିମ୍ବା ଲାଲ ରଙ୍ଗର ରାଖୀ ଆଣିପାରିବେ।