Categories: ଫୁରସତ

ନାକ ପଟେ ପାଣି ଟାଣି ଆଖିରେ ଲେଖନ୍ତି ବ୍ୟକ୍ତି, ଜାଣନ୍ତୁ ଏ ଆଶ୍ଚର୍ଯ୍ୟକର ଘଟଣା

ସୁନ୍ଦର ହାତଲେଖା ସମସ୍ତଙ୍କ ମନ ଜିଣିଥାଏ। ହେଲେ ବହୁତ ଚେଷ୍ଟା କଲାପରେ ବି ଅନେକଙ୍କର ହାତ ଲେଖା ସୁନ୍ଦର ହୋଇପାରି ନ ଥାଏ। କିନ୍ତୁ ୫୬ ବର୍ଷୀୟ ରୁ’ ଆଣ୍ଟିଂଙ୍କର ଅଛି ଏକ ଖାସ୍‌ ଟ୍ୟାଲେଣ୍ଟ। ଯେଉଁଠି ହାତରେ ଲେଖି ଲୋକଙ୍କ ହସ୍ତାକ୍ଷର ଭଲ ହୋଇପାରି ନ ଥାଏ, ସେ ଏକ ଅଜବ ଉପାୟରେ ସୁନ୍ଦରଭାବେ ଲେଖନ୍ତି। ଅବିଶ୍ୱାସ ଲାଗିଲେ ବି ରୁ’ ନିଜ ଆଖିରେ ଲେଖନ୍ତି। ଭାବୁଥିବେ ଏହା କେମିତି ସମ୍ଭବ। ପ୍ରକୃତ କଥା ହେଲା ରୁ’ଙ୍କର ଅଛି ଏକ ସ୍ବତନ୍ତ୍ର କଳା। ପ୍ରଥମେ ସେ ନାକ ଦେଇ ପାଣି ଟାଣନ୍ତି। ଆଉ ସେହି ପାଣିକୁ ଆଖିର ଟିୟର ଡକ୍ଟ ସାହାଯ୍ୟରେ କାଗଜ ଉପରେ ସ୍ପ୍ରେ କରି ଖୁବ୍‌ ସୁନ୍ଦରଭାବେ ଲେଖନ୍ତି। ପିଲାଦିନୁ ରୁ’ ନିଜର ଏହି ସ୍ବତନ୍ତ୍ର କଳା ସମ୍ପର୍କରେ ଜାଣିପାରିଥିଲେ। ସେ ନଦୀରେ ଗାଧୋଇବାବେଳେ ଅନେକଥର ନାକରେ ପାଣି ପିଇ ଦିଅନ୍ତି। ଥରେ ସେ ଦେଖିଲେ ନାକବାଟେ ଯାଇଥିବା ପାଣି ତାଙ୍କ ଆଖି ଦେଇ ବାହାରିଲା। ସାଙ୍ଗମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ବଡ଼ ହେବା ପରେ ଚାକିରି କଲେ। ଆଉ ତାଙ୍କର ଏହି କଳା ସୁପ୍ତ ଅବସ୍ଥାରେ ରହିଗଲା। ୨୦ ବର୍ଷ ଚାକିରି କରିବା ପରେ ଯେବେ ସେ ଚାକିରି ଛାଡିଲେ, ପୁଣିଥରେ ସେହି ସୁପ୍ତ କଳାକୁ ଜାଗ୍ରତ କଲେ। ୩ ବର୍ଷର ଅଭ୍ୟାସ ପରେ ସେ ଆଖିରୁ ପାଣି ୧୦ ଫୁଟ ଦୂରତା ପର୍ଯ୍ୟନ୍ତ ସ୍ପ୍ରେ କରିପାରିଲେ। ଆଉ ଏହିଭଳି ପାଣି ସ୍ପ୍ରେ କରି ସୁନ୍ଦରଭାବେ ଲେଖି ମଧ୍ୟ ପାରିଲେ। ଏହି ଅଜବ କଳାକୁ ନେଇ ସେ ରେକର୍ଡ ମଧ୍ୟ କଲେ।

 

 

Share