ମାରପିଟ୍‌ କରି ମୋତେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ ଆଦିଲ: ରାକ୍ଷୀ

ବମ୍ବେ: ପୂର୍ବ ସ୍ବାମୀଙ୍କ ସହ ଆରୋପ ପ୍ରତ୍ୟାରୋପକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଟେଲି ପରଦାର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ। ଜେଲରୁ ମୁକୁଳିବା ପରେ ଆଦିଲ ଖାନ୍‌ ତାଙ୍କୁ ନେଇ ଅନେକ ଚମକାଇବା ଭଳି ଖୁଲାସା କରିଥିଲେ। ଏବେ ରାକ୍ଷୀ ମଧ୍ୟ ଖବରଦାତା ସମ୍ମିଳନୀ କରି ତାଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି।

ରାକ୍ଷୀ କହିଛନ୍ତି, ଆଠ ମାସ ବିବାହ ମଧ୍ୟରେ ଆଦିଲ ମୋତେ ବହୁତ ମାରପିଟ କରିଥିଲେ। ସମସ୍ତେ କହିବେ ରାକ୍ଷୀଙ୍କୁ କିଏ ମାରିପାରିବ। ମିଡିଆ ସାମ୍ନାରେ ମୁଁ ସେଲିବ୍ର୍ରିଟି ହୋଇଥାଇପାରେ, ହେଲେ ଜଣେ ନାରୀ ମୁଁ। ପ୍ରଥମେ ମୋତେ ଜୋର ଜବରଦସ୍ତ ଇସଲାମ ଧର୍ମରେ ଦୀକ୍ଷିତ କରାଯାଇଥିଲା। ପରେ ମୋତେ ଛାଡ଼ପତ୍ର ମଧ୍ୟ ଦେଇଥିଲେ। ଏବେ ତାଙ୍କୁ ଷ୍ଟାର ହେବାକୁ ଇଚ୍ଛା, ବିଗ୍‌ବସ୍‌ ଯିବାକୁ ଇଚ୍ଛା, ଫିଲ୍ମ କରିବାକୁ ଇଚ୍ଛା। ସେଥିଲାଗି ସେ ତାଙ୍କ ଉପରେ ମିଛ ଅଭିଯୋଗ ଆଣିଛନ୍ତି। ତେବେ କାହା କଥାରେ ତାଙ୍କୁ ନେଇ କିଛି ଚିନ୍ତା କରା ନ ଯାଉ ବୋଲି ସେ ହାତଯୋଡ଼ି ନିବେଦନ କରିଛନ୍ତି। ଏବେ ରାକ୍ଷୀଙ୍କ ଭିଡିଓ ବେଶ ଭାଇରାଲ ହେଉଛି।

Share