କଙ୍ଗନାଙ୍କ କଥା ଶୁଣି ହସ୍ପିଟାଲ୍‌ରେ ଡ୍ରାମାକୁଇନ୍‌!

ମନୋରଞ୍ଜନ ଜଗତର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଏବେ ରାଖୀ ଏକ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଇନ୍‌ଷ୍ଟାଗ୍ରାମରେ ରାଖୀ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ରାଖୀ ଡାକ୍ତରଖାନାରେ ଶୋଇଥିବାର ନଜର ଆସିଛନ୍ତି। ସେ ନିଜେ ହସ୍ପିଟାଲରୁ ଏହି ଭିଡିଓ ଶେୟାର କରିଛନ୍ତି। ଭିଡିଓ ଜରିଆରେ ରାଖୀ କହିଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତଙ୍କ କଥା ଶୁଣି ଝଟ୍‌କା ଲାଗିଥିଲା। ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରାୟ ୧୫ ମିନିଟର ଏହି ଭିଡିଓରେ, ରାଖୀ କୁହନ୍ତି- ପିଲାମାନେ, ମୁଁ ଡାକ୍ତରଖାନାରେ ଅଛି। ଦେଖ, ନର୍ସ ଭଉଣୀ ମଧ୍ୟ ମୋତେ ଯାଞ୍ଚ କରୁଛନ୍ତି। ନିକଟରେ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଜଣେ ଅଭିନେତ୍ରୀ କହିଛନ୍ତି ଆମକୁ ସ୍ବାଧୀନତା ଭିକ ମାଗି ମିଳିଛି। ୨୦୧୪ରେ ଆମେ ସ୍ବାଧୀନତା ପାଇଛୁ। ଆପଣମାନେ ନିଜ ଦେଶକୁ ଭଲ ପାଆନ୍ତି ନାହିଁ କି? ମୁଁ ବହୁତ କରେ। ଏପରି ଲୋକଙ୍କୁ ପଦ୍ମଶ୍ରୀ ପୁରସ୍କାର କେମିତି ଦିଆଯାଏ? ତୁମେ ଏହି ପୁରସ୍କାର ପାଇଁ ଭିକ ମାଗିଥିବ। ତୁମେ ନିଶ୍ଚୟ ମାଗିଥିବା, ସେଥିପାଇଁ ତୁମେ ପାଇଲ। ଆମ ଦେଶର ସୈନିକମାନେ ଏତେ ବଳିଦାନ ଦେଇଥିଲେ। ଆମର ଯବାନଙ୍କ ବଳିଦାନ ବୃଥା ଅଟେ।ଏପରି ମନ୍ତବ୍ୟ ଦିଆଯାଉଛି। ମୁଁ ବହୁତ ଦୁଃଖୀ ବନ୍ଧୁ, ଦେଶ କୁଆଡେ ଯାଉଛି। ଏହା କିପରି ଲୋକଙ୍କ ହାତକୁ ଯାଉଛି । ଗତକାଲି ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ଆଜି ମୁଁ ହସ୍ପିଟାଲରେ ଭର୍ତ୍ତି ହେଲି। ଏହା ବହୁତ ଭୁଲ ଅଟେ। ଦେଶକୁ ଭଲପାଉଥିବା ଏପରି ଲୋକଙ୍କୁ ଏକ ଉପଯୁକ୍ତ ଉତ୍ତର ଦିଅ। ମୁଁ ନିଜ ପଦ୍ଧତିରେ ଦେଇଛି ବୋଲି କହନ୍ତି ରାକ୍ଷୀ।
ଭିଡିଓରେ ରାକ୍ଷୀ ଡାକ୍ତରଖାନା ଶଯ୍ୟାରେ ପଡ଼ିଥିବାର ନଜର ଆସିଛନ୍ତି। ଅନ୍ୟପକ୍ଷରେ, ନର୍ସ ତାଙ୍କ ରକ୍ତଚାପ ଯାଞ୍ଚ କରୁଛନ୍ତି ଏବଂ ତାଙ୍କର ବାକି ପରୀକ୍ଷା ମଧ୍ୟ ଚାଲିଛି। ରାକ୍ଷୀ କହିଛନ୍ତି ଯେ ତାଙ୍କ ରକ୍ତଚାପ ବହୁତ ଅଧିକ ଏବଂ କଙ୍ଗନା ରାନାୱତଙ୍କ ଯୋଗୁ ଏହି ସବୁ ଘଟିଛି।

Share