ସ୍ବାମୀଙ୍କଠାରୁ ଅଲଗା ହେଲେ ଡ୍ରାମା କୁଇନ୍‌

ବଲିଉଡ୍‌ର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ସ୍ବାମୀ ରିତେଶ ସିଂଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ଏନେଇ ଇନ୍‌ଷ୍ଟାଗ୍ରାମରେ ରାଖୀ ନିଜେ ସୂଚନା ଦେଇଛନ୍ତି। ରାଖୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ପ୍ରିୟ ପ୍ରଶଂସକ ଏବଂ ଶୁଭେଚ୍ଛୁ, ମୁଁ କହିବାକୁ ଚାହେଁ ଯେ ରିତେଶ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ‘ବିଗ ବସ’ ଶୋ ପରେ ବହୁତ କିଛି ଘଟିଛି ଏବଂ ମୁଁ କିଛି ଜିନିଷ ବିଷୟରେ ଜାଣି ନ ଥିଲି ଯାହା ମୋ ନିୟନ୍ତ୍ରଣ ବାହାରେ ଥିଲା। ଆମେ ଆମର ମତଭେଦକୁ ଦୂର କରିବା ପାଇଁ ଚେଷ୍ଟା କରିଛୁ, କିନ୍ତୁ ମୁଁ ଭାବୁଛି ଏହା ଭଲ ଯେ ଆମେ ଦୁହେଁ ଭଲ ଭାବରେ ଆଗକୁ ବଢିବୁ ଏବଂ ଆମେ ଦୁହେଁ ଅଲଗା ଅଲଗା ଜୀବନକୁ ଉପଭୋଗ କରିବୁ। ସେ ଆହୁରି ମଧ୍ୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ପ୍ରକୃତରେ ଦୁଃଖିତ ଯେ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଏହା ଘଟିଥଲା, କିନ୍ତୁ ଏମିତି ନିଷ୍ପତ୍ତି ନେବାକୁ ପଡିଲା। ମୁଁ ରିତେଶଙ୍କୁ ଶୁଭକାମନା ଜଣାଉଛି, କିନ୍ତୁ ଜୀବନର ଏହି ପର୍ଯ୍ୟାୟରେ ମୋ ପାଇଁ ମୋର କାର୍ଯ୍ୟ ଏବଂ ମୋ ଜୀବନ ଉପରେ ଧ୍ୟାନ ଦେବାକୁ ପଡିବ। ନିଜକୁ ଖୁସି ଏବଂ ସୁସ୍ଥ ରଖିବାକୁ ପଡିବ। ମୋତେ ସର୍ବଦା ବୁଝିଥିବା ଏବଂ ସମର୍ଥନ କରିଥିବାରୁ ଧନ୍ୟବାଦ! ’
‘ବିଗ ବସ ୧୫’ ମାଧ୍ୟମରେ ରାଖୀ ସମସ୍ତଙ୍କୁ ତାଙ୍କ ସ୍ବାମୀ ରିତେଶଙ୍କ ସହିତ ପରିଚିତ କରାଇଥିଲୋ। ଚଳିତ ବର୍ଷ ଉଭୟଙ୍କୁ ଏକାଠି ରୋମାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Share