ରାଜରାସ୍ତାରେ ରାକ୍ଷୀ

ମୁମ୍ବାଇ: ବଲିଉଡ୍ କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ଏବେ ଖୁବ୍ ବ୍ୟସ୍ତ । ଏବେ ତାଙ୍କୁ ଉତ୍ତରପ୍ରଦେଶ ଲକ୍ଷ୍ନୌ ରାଜରାସ୍ତାରେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ଅବଶ୍ୟ ସେ ତାଙ୍କ ଆଗାମୀ ୱେବ ସିରିଜ୍ ପାଇଁ ସେଠାରେ ଶୁଟିଂ କରୁଥିବା ଜଣାପଡିଛି । ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଏହି ଶୁଟିଂ ଚାଲିବ ବୋଲି ଜଣାପଡିଛି । ତେବେ ରାଜରାସ୍ତାରେ ରାକ୍ଷୀଙ୍କ ଶୁଟିଂ ସେଟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ରାକ୍ଷୀ ପିଙ୍କ କଲର ଡ୍ରେସରେ ନଜର ଆସିଛନ୍ତି । ଲଗାମ ନଥିବା ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀ ନିଜ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚିତ । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ବିନାଶକାଲ ୨୭ ନଭେମ୍ବରକୁ ସାରା ଦେଶରେ ରିଲିଜ୍ ହୋଇଛି । ତାଙ୍କ ଭାଇ ରାକେଶ ସାୱନ୍ତ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ନିରଜ ଗୁପ୍ତା ପଯୋଜନା ଭାର ସମ୍ଭାଳିଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି କି ରାକ୍ଷୀ ଖୁବ୍‌ଶୀଘ୍ର ତାଙ୍କର ଏକ ଡ୍ୟାନ୍ସ ସ୍କୁଲ ଖୋଲିବାକୁ ଯାଉଛନ୍ତି । ସେ କହିଛନ୍ତି ଯେ ତାଙ୍କ ଜୀବନରେ ସେ ଯେଉଁ ସବୁ ପଥ ଦେଇ ଆସିଛନ୍ତି କୌଣସି ଝିଅ ଜୀବନରେ ଏହା ନ ଆସୁ ବୋଲି ଉଦ୍ଦେଶ୍ୟ ରଖି ସେ ଏହି ସ୍କୁଲ ଖୋଲିବାକୁ ଯାଉଛନ୍ତି ।

Share