ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଏହି ଅଭିନେତାଙ୍କୁ ବିବାହ କରିବେ ରାକ୍ଷୀ !

ବମ୍ବେ: ବିବାହର କିଛି ବର୍ଷ ନ ଯାଉଣୁ ସ୍ବାମୀ ରିତେଶଙ୍କୁ ଛାଡ଼ପତ୍ର ମାଗିଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। କେବଳ ଏତିକି ନୁହେଁ ସେ ତାଙ୍କ ପାଇଁ ବରପାତ୍ର ମଧ୍ୟ ବାଛିଛନ୍ତି। ବିଗ୍‌ବସ୍‌ରେ ପ୍ରତିଯୋଗୀ ଥିବା ରାକ୍ଷୀ ଅଭିନେତା ଅଭିନବ ଶୁକ୍ଳାଙ୍କ ଦ୍ୱିତୀୟ ସ୍ତ୍ରୀ ହେବାକୁ ଚାହୁଁଥିବା ନିଜେ କହିଛନ୍ତି। ଏ କଥା ସେ ମଜାରେ କହିଛନ୍ତି ଅଥବା ଡ୍ରାମା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ସୋନାଲୀ ଫୋଗାଟ, ଅଭିନବ, ରୁବିନାଙ୍କ ସହ ବିଗ୍‌ବସ୍‌ ବଗିଚାରେ ସ୍ବାମୀଙ୍କ ବିଷୟରେ କଥା ହେଉଥିଲେ। ଏହି ସମୟରେ ସେ କହିଥିଲେ ଯଦି ଛାଡ଼ପତ୍ର ଦେବାକୁ ଚାହୁଁଛ ତେବେ ଦିଅ। ସେମିତିରେ ଦେଢ଼ ବର୍ଷ ହେଲା ତୁମେ ଆସିନାହଁ। ଏହାଶୁଣି ବାକି ପ୍ରତିଯୋଗୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ସ୍ବାମୀ ନ ଆସିବା ପଛର କାରଣ ପଚାରିଥିଲେ। ସେ ଚାହାନ୍ତି ତାଙ୍କ ସ୍ବାମୀ ସମସ୍ତଙ୍କ ସାମ୍ନାକୁ ଆସନ୍ତୁ। ହେଲେ ତାହା ହେଉନାହିଁ କହି ରାକ୍ଷୀ କାନ୍ଦିଥିଲେ। ଏହାପରେ ସେ ରୁବିନାଙ୍କ ସ୍ବାମୀଙ୍କୁ ଚୋରି କରିବାକୁ ଚାହୁଁଛନ୍ତି। ଅଭିନବଙ୍କ ଦ୍ୱିତୀୟ ସ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା କହିଥିଲେ।

Share