ପଡୋଶୀଙ୍କ ଫିଙ୍ଗା ଖାଦ୍ୟ ଖାଇ ପିଲାଦିନ କାଟିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟେଲିଭିଜନ ଅଭିନେତ୍ରୀ, ଡ୍ରାମା କୁଇନ ତଥା ନୃତ୍ୟଶିଳ୍ପୀ ରାଖୀ ସାୱନ୍ତ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮, ନଭେମ୍ବର ୨୫ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ରାଖୀ ନିଜ ଚିରପରିଚତ ଅନ୍ଦାଜରେ ଆଜି ସମସ୍ତଙ୍କ ହୃଦୟରେ ରାଜ୍‌ କରୁଛନ୍ତି। କିନ୍ତୁ ଖୁବ କମ ଲୋକ ଜାଣନ୍ତି ଯେ ରାଖୀ ପିଲାଦିନେ ବହୁତ ଯନ୍ତ୍ରଣା ଦେଇ ଗତି କରିଛନ୍ତି। ରାଜୀବ ଖଣ୍ଡେଲୱାଲଙ୍କ ଶୋ’ ଇମୋସନରେ ରାଖୀ ତାଙ୍କ ପିଲାଦିନ ବିଷୟରେ କହିଥିଲେ। ପିଲାବେଳେ ତାଙ୍କୁ କେତେ ସମସ୍ୟାର ସାମ୍ନା କରିବାକୁ ପଡିଥିଲା ସେ ଏଠାରେ କହିଥିଲେ। ରାଖୀଙ୍କ ପ୍ରକୃତ ନାମ ହେଉଛି ନେରୁ ଭେରା।
ତାଙ୍କ ପିଲାଦିନ ବିଷୟରେ କଥାବାର୍ତ୍ତା କରି ରାଖୀ କହିଥିଲେ ପିଲାଦିନେ ମୁଁ ବହୁତ ଦାରିଦ୍ର ଦେଖିଛି। ଏତେ ଦାରିଦ୍ର୍ୟ ଯେ, ମୁଁ ମୋ ମା’ଙ୍କ ପେଟରେ ଥିବାବେଳେ ମୋ ମା ଇଟା ଓ ପଥରରେ ଖାଦ୍ୟ ରାନ୍ଧୁଥିଲେ। ମା’ କୁହନ୍ତି ଯେ ଆମେ ଛୋଟ ଥିବାବେଳେ ସେତେବେଳେ ଆମର ଖାଦ୍ୟ ନ ଥିଲା। ପଡ଼ୋଶୀମାନେ ଯେଉଁ ଖାଦ୍ୟ ଫିଙ୍ଗୁଥିଲେ ସେହି ଖାଦ୍ୟ ଉଠାଇ ଆମେ ଖାଉଥିଲୁ। ଗଣ୍ଡେ ଖାଦ୍ୟ ମିଳିବା କଷ୍ଟକର ହୋଇପଡୁଥିଲା। ତାଙ୍କ ସ୍ବପ୍ନ ବିଷୟରେ ରାଖୀ କହିଥିଲେ- ମୁଁ ପିଲାଦିନରୁ ଅଭିନୟ ଏବଂ ନୃତ୍ୟକୁ ବହୁତ ପସନ୍ଦ କରୁଥିଲି । କିନ୍ତୁ ମୋ ପରିବାରରେ ଏହା ଆଦୌ ପସନ୍ଦ ନ ଥିଲା। ମା’ ମୋତେ ବହୁତ ପିଟୁଥିଲେ। କାରଣ ମୋ ପରିବାରରେ, ଖାଦ୍ୟ ଅଛି କି ନାହିଁ ତାହା ସେମାନେ ଦେଖନ୍ତି ନାହିଁ, କିନ୍ତୁ ଝିଅଟି ନାଚିବା ଉଚିତ୍‌ ନୁହେଁ ବୋଲି ସେମାନେ ଭାବନ୍ତି। ଜୀବନରେ ଅନେକଥର ମାଡ ଖାଇଛି। ମୁଁ ମୋର କଠିନ ପରିଶ୍ରମ ସହିତ ଏଠାକୁ ଆସିଛି। ମୋର କୌଣସି ଗଡଫାଦର ନ ଥିଲେ। ମୁଁ ଘରୁ ପଳାଇ ନିଜ ପରିଚୟ ଖୋଜିବାକୁ ଆରମ୍ଭ କରିଥିଲି ବୋଲି ରାକ୍ଷୀ କହିଥିଲେ।

Share