ସଲମାନଙ୍କୁ ସମର୍ଥନ କଲେ ରାକ୍ଷୀ

ମୁମ୍ବାଇ,୨୪ା୩: ଦବଙ୍ଗ ଖାନ ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ଜଣେ ଖବରଦାତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମୁମ୍ବାଇ କୋର୍ଟ ସମନ ଜାରି କରିଛନ୍ତି। ଏପ୍ରିଲ ୨ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ଖବରଦାତା ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ରାକ୍ଷୀ ସାଓ୍ବନ୍ତ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। ରାକ୍ଷୀ ସଲମାନଙ୍କୁ ସମର୍ଥନ କରିଛନ୍ତି।

ରାକ୍ଷୀ ଏଥିରେ ନିଜର ପ୍ରତିକ୍ରିୟା ଦେବା ସହ ସଲମାନଙ୍କୁ ବେଶ୍‌ ପ୍ରଶଂସା ବି କରିଛନ୍ତି। ସେ କହିଛନ୍ତି, ଦେଖ କୌଣସି ମିଡିଆ କେବେ ଖରାପ ନୁହେଁ, କିନ୍ତୁ ଯେତେବେଳେ ତୁମେ ଏକ ବଡ଼ ଷ୍ଟାର ହୁଅ, କିଛି ପ୍ରଶ୍ନ ତୁମକୁ ଆଘାତ ଦେଇଥାଏ। ସଲମାନଙ୍କ ଫିଲ୍ମ ସୁପରହିଟ୍‌, ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବି ଲକ୍ଷଲକ୍ଷ। କିନ୍ତୁ ଜୀବନରେ ସେ ସେହି ସୁଖ ପାଇ ନାହାନ୍ତି। ମୁଁ ଭାବୁଛି ତାଙ୍କ ପାଖରେ ସବୁକିଛି ଅଛି, କିନ୍ତୁ ବେଳେବେଳେ ଏହା ମଧ୍ୟ ଅନୁଭବ କରେ ଯେ, ସେ କଷ୍ଟ ପାଉଛନ୍ତି। ଯଦି ଆପଣ ତାଙ୍କ ଯନ୍ତ୍ରଣାଦାୟକ ବିଷୟରେ ପଚାରିବେ ତେବେ ସେ ବିରକ୍ତ ତଥା କ୍ରୋଧିତ ହେବା ସ୍ବାଭାବିକ କଥା।

Share