‘ମୋ ସହ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବି’

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଜେଲରୁ ମୁକୁଳିବା ପରେ ପୂର୍ବ ସ୍ବାମୀ ଆଦିଲ ଦୁରାନୀ ଅଭିନେତ୍ରୀଙ୍କୁ ନେଇ ବଡ ଧରଣର ଖୁଲାସା କରିବେ ବୋଲି କହିଛନ୍ତି। କିଛି ଦିନ ତଳେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା।

ଆଦିଲ ପ୍ରଥମ ଥର ଲାଗି ଗଣମାଧ୍ୟମ ସମ୍ମୁଖରେ ଆସି କହିଛନ୍ତି, ତାଙ୍କ ସହ ଅନ୍ୟାୟ ହୋଇଛି, ଏହାର ସେ ପ୍ରତିଶୋଧ ନିଶ୍ଚୟ ନେବେ। ଆଗାମୀ ଦିନରେ ଏକ ଖବରଦାତା ସମ୍ମିଳନୀ କରି ନିଜର ପକ୍ଷ ରଖିବେ। ସେଥିରେ ତାଙ୍କ ଉପରେ ଲାଗିଥିବା ଅଭିଯୋଗର ସେ ଜବାବ ମଧ୍ୟ ଦେବେ ବୋଲି କହିଛନ୍ତି।

କହିରଖୁଛୁ, ରାକ୍ଷୀ ଆଦିଲଙ୍କ ଉପରେ ପ୍ରତାରଣା କରିବା, ମାରପିଟ, ଚୋରି, ହିଂସା ଆଦି ଅଭିଯୋଗ କରିଥିଲେ। ଏହି ମାମଲାରେ ଆଦିଲ ଜେଲ ଯାଇଥିଲେ। କିଛି ଦିନ ପୂର୍ବେ ସେ ଜେଲରୁ ମୁକୁଳିଛନ୍ତି।

Share