ପୁଣି ବିବାହ କରିବେ ଡ୍ରାମା କୁଇନ୍‌!

ଟିଭିର ଡ୍ରାମା କୁଇନ୍‌ ଭାବେ ପରିଚିତ ରାଖୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରିତେଶଙ୍କଠାରୁ ଅଲଗା ହେବା ପରେ ଏବେ ରାଖୀ ଆଦିଲ ଖାନ ଦୁରାନୀଙ୍କୁ ଡେଟ କରୁଛନ୍ତି। ନିକଟରେ ସେ ନିଜେ ଏକଥା ସ୍ବୀକାର କରିଛନ୍ତି। ଲୁଚିଛପି ଆଦିଲଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଥିବା ଚର୍ଚ୍ଚା ହେଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ରାଖୀ ଏକ ହୀରା ମୁଦି ପିନ୍ଧି କ୍ୟାମେରା ଆଗରେ ଦେଖାଉଥିବାର ନଜର ଆସିଛନ୍ତି। ମୁଁ କାହାକୁ କହିବାକୁ ଚାହୁଁ ନ ଥିଲି, କିନ୍ତୁ ଏବେ ମୁଁ କହିବାକୁ ଚାହୁଁଛି, ଏହା ପ୍ରଚାର ନୁହେଁ, ମୋର ପ୍ରେମ ବୋଲି କହିଛନ୍ତି ରାଖୀ।
ରାଖୀ ‘ବିଗ ବସ ୧୫’ରେ ସ୍ବାମୀ ରିତେଶଙ୍କୁ ସମସ୍ତଙ୍କ ଆଗରେ ପରିଚିତ କରାଇଥିଲେ। କିନ୍ତୁ ସେମାନଙ୍କର ସମ୍ପର୍କ ଅଧିକ ଦିନ ତିଷ୍ଠି ନ ଥିଲା। ‘ଶୋ’ରୁ ବାହାରିବା ପରେ ରାଖୀ ଏକ ପୋଷ୍ଟ ଶେୟାର କରି ସେ ଏବଂ ରିତେଶ ଆଉ ଏକାଠି ନ ଥିବା କହିଥିଲେ।
ରିତେଶଙ୍କଠାରୁ ଅଲଗା ହେବା ପରେ ରାଖୀ ଅବସାଦର ଶିକାର ହୋଇଥିଲେ। ଆଦିଲ ଖାନ ଦୁରାନୀ ତାଙ୍କୁ ଏଥିରୁ ବାହାରିବାରେ ସାହାଯ୍ୟ କରିଥିଲେ। ପରେ ଆଦିଲ ତାଙ୍କୁ ପ୍ରପୋଜ କରିଥିଲେ। ତେବେ ଆଦିଲଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ବିରୋଧ କରୁଥିଲେ। ସେମାନେ ମୋ ପୋଷାକ ପିନ୍ଧିବା ଶୈଳୀକୁ ପସନ୍ଦ କରୁନାହାନ୍ତି। କିନ୍ତୁ ମୁଁ ସେମାନଙ୍କ ପାଇଁ ନିଜକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ବୋଲି ଏକ ସାକ୍ଷାତକାରରେ ରାଖୀ କହିଥିଲେ।

Share